Wednesday, November 11, 2026
Home ଆଞ୍ଚଳିକ ଲକଡାଉନ ପୂର୍ବରୁ ବେଗୁନିଆପଡା ବ୍ଲକରେ ଆଳୁ କଳାବଜାରୀ ଆରମ୍ଭ , ବସ୍ତା ୧୭୦୦ ରେ ବିକ୍ରି।

ଲକଡାଉନ ପୂର୍ବରୁ ବେଗୁନିଆପଡା ବ୍ଲକରେ ଆଳୁ କଳାବଜାରୀ ଆରମ୍ଭ , ବସ୍ତା ୧୭୦୦ ରେ ବିକ୍ରି।

15

ବେଗୁନିଆପଡା,(ଜିଲ୍ଲା ଖଵର) : ଆସନ୍ତା କାଲି ଲକ ଡାଉନ, ଆଜି ଠାରୁ କଳାବଜାରୀ ଆରମ୍ଭ। ବେଗୁନିଆପଡା ବ୍ଲକରେ ଗତ କାଲି ଆଳୁ ବସ୍ତା ପ୍ରତି ଦର ୫୦୦ ଟଙ୍କା ଥିବା ବେଳେ ଆଜି ବେପାରୀ ୧୭୦୦/- କୁ ବୃଦ୍ଧି କରିଛନ୍ତି।ଯାହା ଫଳରେ ଖାଉଟି ଚିନ୍ତାରେ ପଡିଛନ୍ତି। ଖାଲି ଆଳୁ ନୁହେଁ ବେଗୁନିଆ ପଡା ବଜାର ରେ ଗୁଡଖା ପ୍ୟାକେଟ ମଧ୍ୟ କଳାବଜାରୀ ହେଲାଣି। କରୋନା ଯୋଗୁଁ ଲୋକମାନେ ଦୈନଦିନ ଜୀବନରେ ପେଶୀ ହେଉଥିବା ବେଳେ ବର୍ତମାନ ଅତ୍ୟାବଶ୍ୟକ ସାମଗ୍ରୀ ଆଳୁର ଦର ବୃଦ୍ଧି ଯୋଗୁଁ ଖାଉଟି ଚିନ୍ତାରେ ପଡିଛନ୍ତି। ଅନ୍ୟ ପରିବା ଦର ବୃଦ୍ଧି ଘଟିଥିବା ବେଳେ ଆଗକୁ ଆହୁରି ବିସ୍ପୋରକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଏ ସମ୍ପର୍କରେ ବେଗୁନିଆପଡା ବ୍ଲକ ଯୋଗାଣ ବିଭାଗ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବୀ ହୋଇଛି।