Monday, November 16, 2026
Home ଆଞ୍ଚଳିକ ବଙ୍ଗାଲରେ ବଢି ଚାଲିଛି ଟିଏମସିର ଅତ୍ୟାଚାର, ସାମ୍ନାକୁ ଆସିଲା ହିଂସାକାଣ୍ଡର ଦୃଶ୍ୟ

ବଙ୍ଗାଲରେ ବଢି ଚାଲିଛି ଟିଏମସିର ଅତ୍ୟାଚାର, ସାମ୍ନାକୁ ଆସିଲା ହିଂସାକାଣ୍ଡର ଦୃଶ୍ୟ

21

୦୪/୦୫/୨୧ (ଜିଲ୍ଲା ଖବର) : ବଙ୍ଗାଲରେ ବଢି ଚାଲିଛି ଟିଏମସିର ଅତ୍ୟାଚାର। ନିର୍ବାଚନ ପରେ ରକ୍ତମୁଖା ହୋଇଛି ଟିଏମସି । ବିଭିନ୍ନ ସ୍ଥାନରେ ଲୋକଙ୍କୁ ହଇରାଣ କରାଯାଉଥିବାର ଦୃଶ୍ୟ ଅର୍ଗସ ହାତରେ ଲାଗିଛି । ଟିଏମସି କର୍ମକର୍ତ୍ତାମାନେ ଦୋକାନ ଭଙ୍ଗାରୁଜା କରିବା ସହ ନୀରିହ ଲୋକଙ୍କୁ ଘୋଷାଡି ଘୋଷାଡି ମାଡ଼ ମାରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏପରିକି ଅନେକ ସୋ ରୁମର କାଚ ଭାଙ୍ଗି ଜିନିଷ ମଧ୍ୟ ଲୁଟି ନେଇଯାଉଥିବାର ଦେଖାଯାଇଛି । ପଶ୍ଚିମବଙ୍ଗରେ ଜିତିବା ପରେ ଟିଏମସି ପୁଣି ଅତ୍ୟାଚାର ଆରମ୍ଭ କରିଛି । ବିଶେଷ କରି ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ମମତା ବାନାର୍ଜୀ ପରାସ୍ତ ହେବା ପରେ ନନ୍ଦିଗ୍ରାମରେ ଟିଏମସି ବହୁ ହିଂସାକାଣ୍ଡ ଘଟାଇଛି ।