
୦୪/୦୫/୨୧ (ଜିଲ୍ଲା ଖବର) : ବିଶ୍ୱର ଧନୀ ଦମ୍ପତିଙ୍କ ବୈବାହିକ ଜୀବନରେ ଫାଟ । ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ବିବାହ ବିଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି । ବିବାହର ୨୭ ବର୍ଷ ପରେ ଛାଡ଼ପତ୍ର ଦେଇଛନ୍ତି ଉଭୟ । ଏ ନେଇ ଦୁହେଁ ଘୋଷଣା କରିଛନ୍ତି । ଏକ ବୟାନରେ ଉଭୟେ କହିଛନ୍ତି, ଏବେ ଦୁହେଁ ଏକା ସାଥିରେ ଆଉ ରହି ପାରିବେ ନାହିଁ । ବିଲ୍ ଗେଟ୍ସ ଲେଖିଛନ୍ତି, ଅନେକ ଆଲୋଚନା ଓ ସମ୍ପର୍କରେ ରହି କାମ କରିବା ପରେ ମୁଁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛି । ବିଗତ ୨୭ ବର୍ଷ ମଧ୍ୟରେ ନିଜର ୩ ଛୁଆଙ୍କୁ ପାଳି କରି ବଡ଼ କରିଛି । ଆମେ ଏକ ଫାଉଣ୍ଡେସନ୍ ବି କରିଛୁ । ଯାହା ବିଶ୍ୱବ୍ୟାପୀ ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ଜୀବନଧାରଣ ପାଇଁ କାମ କରୁଛି । ଏହି ମିଶନ ପାଇଁ ଆମେ ଗୋଟିଏ ପ୍ରକାର ଚିନ୍ତାଧାରା ରଖିବୁ, ଏକାଠି କାମ କରିବୁ । ତେବେ, ଆମେ ଆଗକୁ ପତିପତ୍ନୀ ଭାବେ ରହିପାରିବୁ ନାହିଁ । ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛୁ । ସୂଚନାନୁସାରେ, ୧୯୯୪ରେ ବିଲ୍ ଗେଟସ ଓ ମେଲିଣ୍ଡା ବିବାହ କରିଥିଲେ । ଏଠି କହିରଖିବୁ, ଦୁନିଆର ସବୁଠାରୁ ଧନୀ ତାଲିକାରେ ବିଲ୍ ଗେଟସଙ୍କ ନାଁ ରିହିଛି ।


