Monday, November 16, 2026
Home ଆଞ୍ଚଳିକ କରୋନା କବଳରେ ସାରା ଦେଶ, 2 କୋଟି ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

କରୋନା କବଳରେ ସାରା ଦେଶ, 2 କୋଟି ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

11

୦୪/୦୫/୨୧ (ଜିଲ୍ଲା ଖବର) : ସାରା ଦେଶ ଏବେ କରୋନା କବଳରେ । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2 କୋଟି ଟପିଛି । ଆଜି ପୁଣି 3 ଲକ୍ଷ 57 ହଜାର 229 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ 3 ହଜାର 449 ଜଣଙ୍କର ମୁଣ୍ଡ ନେଇଛି କରୋନା । ଅନ୍ୟପକ୍ଷରେ ଏଯାବତ 2 ଲକ୍ଷ 22ହଜାର 408 ଜଣ କରୋନାରେ ପ୍ରାଣ ହରାଇଲେଣି । ଦେଶରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟ ମଧ୍ୟ ବଢ଼ୁଛି । ଯାହାକି ଏବେ କରୋନା ଲଢ଼େଇରେ ଆଶା ସଞ୍ଚାର କରିଛି । ଦେଶରେ ଏଯାବତ 1 କୋଟି 62 ଲକ୍ଷ 93 ହଜାର 3 ଜଣ କରୋନାରୁ ସୁସ୍ଥ ହୋଇଥିବା ଜଣାପଡ଼ିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଅମ୍ଳଜାନ ଯୋଗାଣ ଓ ଟିକାକରଣକୁ ଗୁରୁତ୍ବ ଦିଆଯାଉଛି । ଦେଶର ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କୁ କିପରି ସମସ୍ତ ଚିକିତ୍ସା ସୁବିଧା ମିଳିପାରିବ ତାହା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି।