Sunday, November 15, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! Trisha Krishnan

ଜନ୍ମଦିନର ଶୁଭେଚ୍ଛା ! Trisha Krishnan

11

ନୂଆଦିଲ୍ଲୀ, ୦୪/୦୫/୨୧ (ଜିଲ୍ଲା ଖବର) : ଦକ୍ଷୀଣ ଭାରତୀୟ ସିନେମାରେ ଏମିତି କିଛି ଲୋକପ୍ରିୟ ଏବଂ ପ୍ରତିଭାବାନ୍ କଳାକାର ଅଛନ୍ତି , ଯେଉଁମାନେ ବଲିଉଡରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କ ମଧ୍ୟରେ ଅଭିନେତ୍ରୀ Trisha Krishnanଙ୍କ ନାଁ ମଧ୍ୟ ସାମିଲ ରହିଛି । ଦକ୍ଷୀଣ ଭାରତୀୟ ସିନେମାରେ ସେ ବେଶ ଲୋକପ୍ରିୟ ଅଭିନେତ୍ରୀ । ଏହା ସହିତ ସେ ବଲିଉଡରେ ମଧ୍ୟ କାମ କରିଛନ୍ତି । ତେବେ ଆଜି ହେଉଛି Trisha Krishnan ଜନ୍ମଦିନ । ସେ ୪ ମଇ,୧୯୮୩ରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ ।

Trisha ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବା ପୂର୍ବରୁ ସେ ବ୍ୟୁଟି କଣ୍ଟେ ଷ୍ଟରେ ଅଂଶ ଗ୍ରହଣ କରିଥିଲେ । କେବଳ ଏତିକି ନୁହେଁ, ଏହା ସହିତ ସେ ମିସ୍ ଚେନ୍ନାଇର ଖିତାବ୍ ମଧ୍ୟ ଜିତିଥିଲେ । ଏହି ଖିତାବ୍ ଜିତିବା ପରେ Trisha ଫାଲଗୁନି ପାଠକ୍‌ଙ୍କ ଆଲବମ୍ ସଙ୍ଗ୍‌’ମେରୀ ଚୁନର ଉଡ୍ ଉଡ୍ ଯାୟେ’ରେ ସହ ଅଭିନେତ୍ରୀ ଭାବେ ନଜର ଆସିଥିଲେ । ଏହି ଗୀତଟିକୁ ଦର୍ଶକ ବେଶ ପସନ୍ଦ କରିଥିଲେ ।

୨୦୦୨ରେ Trisha ଫିଲ୍ମ’ Mounam Pesiyadhe’ରେ ହିରୋଇନ୍ ଭାବେ ପ୍ରବେଶ କରିଥିଲେ । ଏହାପରେ ଅନେକ୍ ଫିଲ୍ମରେ ସେ କାମ କରିଛନ୍ତି ।

ତାମିଲ ସିନେମା ପରେ ସେ, ତେଲୁଗୁ ସିନେମାରେ ମଧ୍ୟ ପାଦ ଥାପିଥିଲେ । ଏହାପରେ ସେ ବଲିଉଡରେ ମଧ୍ୟ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।