Monday, November 16, 2026
Home ଆଞ୍ଚଳିକ ମହାମାରୀରେ ବଢୁଛି ନକଲି ମଦ କାରବାର, ଏକ ଗାଡିରୁ ୧୫ ପେଟି ନକଲି ମଦ ଜବତ

ମହାମାରୀରେ ବଢୁଛି ନକଲି ମଦ କାରବାର, ଏକ ଗାଡିରୁ ୧୫ ପେଟି ନକଲି ମଦ ଜବତ

15

ବ୍ରହ୍ମପୁର, ୦୪/୦୫/୨୧ (ଜିଲ୍ଲା ଖବର) : ମହାମାରୀରେ ବଢୁଛି ନକଲି ମଦ କାରବାର । ବ୍ରହ୍ମପୁର ଫାଷ୍ଟ ଗେଟ ନିକଟରେ ଏକ ଗାଡିରୁ ୧୫ ପେଟି ନକଲି ମଦ ଜବତ ହୋଇଛି । ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ପେଟ୍ରୋଲିଂବେଳେ ଏହି ମଦ ଜବତ ହୋଇଛି । ଗାଡିରେ ବସିଥିବା ଦୁଇ ଜଣକୁ ପଚରାଉଚରା ପରେ ନକଲି ମଦ ସାମ୍ରାଜ୍ୟର ପେଡି ଖୋଲିଥିଲା । ମାଫିଆମାନେ ବିଦେଶୀ ବ୍ରାଣ୍ଡର ଲୋଗୋ ଲଗାଇ ନିଜେ ନିଜେ ପ୍ରସ୍ତୁତ କରୁଛନ୍ତି ବିଦେଶୀ ମଦ । ୩୦ ଟଙ୍କା ଖର୍ଚ୍ଚରେ ୭୦ ଟଙ୍କା ଲାଭ । ଜିଲ୍ଲା ବାହାରକୁ ଏହି ମଦକୁ ଚାଲାଣ କରୁଥିବା ଜଣାପଡିଛି । ସିକ୍ଷେତ୍ରବିହାର ସ୍ଥିତ ଏକ ଭଡାଘରେ ମଦ ପ୍ରସ୍ତୁତ କରୁଥିଲେ ବୋଲି ସୂଚନା ମିଳିଛି । ସେହି ଫ୍ୟାକ୍ଟ୍ରିରୁ ଏକ ହଜାର ଲିଟର ସ୍ପିରିଟ, ୧୨୯ ଲିଟର ନକଲି ମଦ, ୫ ହଜାର ଠିପି, ୫ ହଜାର ଲେବେଲ, ୫ ହଜାର ଷ୍ଟିକର, ବିଭିନ୍ନ ରଙ୍ଗ ଜବତ ହୋଇଛି । ଏହାସହ ଏନେଇ ଅଧିକ ତଦନ୍ତ ଜାରି ରହିଛି ।