Monday, November 16, 2026
Home ଆଞ୍ଚଳିକ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପାନ ଦୋକାନ

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପାନ ଦୋକାନ

11

ବ୍ରହ୍ମପୁର,୦୪/୦୫/୨୧ (ଜିଲ୍ଲା ଖବର) : ଜଳିଗଲା ପାନ ଦୋକାନ । ଗଂଜାମ ବେଲଗୁଣ୍ଠା ନିକଟ କଲ୍ୟାଣପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ । ଶଙ୍କର ଦୁଆରୀ ନାମକ ଜଣେ ବ୍ୟବସାୟୀଙ୍କ ପାନ କେବିନରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ବେଲଗୁଣ୍ଠା ଅଗ୍ନିଶମ ବିଭାଗ ଖବର ପାଇ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏଥିରେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଜଳିଯାଇଛି । ଗତ ମଧ୍ୟରାତ୍ରରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବାବେଳେ ସଟସର୍କିଟ କାରଣରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଇଛି ।