
ବାଲେଶ୍ୱର, ୦୪/୦୫/୨୧ (ଜିଲ୍ଲା ଖବର) : ମାସ୍କ ଚେକିଂବେଳେ ପୋଲିସ ଓ ଅମାନିଆ ଧସ୍ତାଧସ୍ତି । ଗତକାଲି ସଂଧ୍ୟାରେ ନୀଳଗିରି ସହରର ଦୁର୍ଗା ମଣ୍ଡପ ଛକରେ ନୀଳଗିରି ପୋଲିସ ପକ୍ଷରୁ ଆଇଆଇସି, ସବଇନ୍ସପେକ୍ଟର, କନେଷ୍ଟବଳ ପ୍ରମୁଖ ପୋଲିସ ଟିମକୁ ନେଇ ମାସ୍କ ଚେକିଂ ଚାଲିଥିଲା । ବାଲେଶ୍ଵରରୁ ଏକ ଚାରି ଚକିଆ ଗାଡିରେ ୭ରୁ ୮ ଜଣ ନୀଳଗିରି ଆସିଥିଲେ । ଏହି ସମୟରେ କିଛି ଲୋକ ମାସ୍କ ପିନ୍ଧି ନଥିବାବେଳେ ପୋଲିସ ଚେକିଂ କରିଥିଲେ। କିନ୍ତୁ ଏହି ସମୟରେ ସମସ୍ତେ ଏକତ୍ରିତ ହୋଇ ପୋଲିସକୁ ଘେରି ଯାଇଥିଲେ। ଆରମ୍ଭ ହୋଇଥିଲା ଅସଭ୍ୟ ଭାଷାରେ ଗାଳିଗୁଲଜ, ଓ ଧସ୍ତାଧସ୍ତି। ଘଟଣାସ୍ଥଳରେ ଏକ ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ନୀଳଗିରି ପୋଲିସ ୮ ଜଣଙ୍କୁ ଥାନାକୁ ଉଠାଇ ଆଣିଥିଲା । ଗୋଟିଏ ପଟେ ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି, ଅନ୍ୟପଟେ ଲୋକମାନେ ସଚେତନ ରହିବା ଆବଶ୍ୟକ ହୋଇପଡୁଛି । କିଛି ଲୋକ ଅମାନିଆ ହେଉଛନ୍ତି, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତଥାପି ଲୋକମାନେ ମାନୁନାହାନ୍ତି ।



