Monday, November 16, 2026
Home ଆଞ୍ଚଳିକ ୨୦ପେଟି ଦେଶୀ ମଦ ଜବତ, ୨ଗିରଫ

୨୦ପେଟି ଦେଶୀ ମଦ ଜବତ, ୨ଗିରଫ

33

ଖୋର୍ଦ୍ଧା,(ଜିଲ୍ଲା ଖଵର) : ଜଟଣୀ ଅଂଚଳରୁ ଚୋରା ଚାଲାଣ ହେଉଥିବା ୨୦ପେଟି ଦେଶୀମଦକୁ ଜଟଣୀପୁଲିସ ଜବତ କରିଥିବା ବେଳେ ଏଥି ସଂପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଏଥି ସହିତ ଏଥିରେ ବ୍ୟବହୃତ ଏକ ଅଟୋକୁ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତମାନେ ହେଲେ ଜଟଣୀଥାନା ଅନ୍ତର୍ଗତ ବାଲିଛକ ମୁଣ୍ଡିଆ ସାହିର ଅରୁଣ କୁମାର ଦାସ ଏବଂ ପ୍ରହଲାଦ ଦାସ ବୋଲି ପୁଲିସ ପକ୍ଷରୁ ସୁଚନା ମିଳିଛି । ସୁଚନାନୁସାରେ, ସୋମବାର ଜଟଣୀଥାନା ଅନ୍ତର୍ଗତ ବାଲିଛକ ମୁଣ୍ଡିଆସାହି ଅଂଚଳର ଅରୁଣ କୁମାର ଦାସ ଏବଂ ପ୍ରହଲାଦ ଦାସ ଅଟୋ ନଂ ଓଆର୨୫ସି ୨୫୫୧ ଯୋଗେ ୨୦ପେଟି ଆସ୍କା ୪୦ଦେଶୀ ମଦ ଚୋରା ଚାଲାଣ କରିବାକୁ ଯୋଜନା କରୁଥିବା ବେଳେ କୈାଣସି ସୁତ୍ରରୁ ଖବରପାଇ ଜଟଣୀପୁଲିସ ଟିମ ଚଢାଉ କରିଥିଲା । ଅଟୋକୁ ଛାଡି ସେଠାରୁ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ସେମାନଙ୍କୁ ମାଡି ବସିଥିଲା । ପୁଲିସ ଉକ୍ତ ଅଟୋରୁ ୨୦ପେଟି ଦେଶୀ ମଦ ସହିତ ଅଟୋଟିକୁ ଜବତ କରିଥିଲା । ଏଥିରେ ସଂପୃକ୍ତ ୨ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ ପୁଲିସ ଗିରଫ କରିଛି । ଗିରଫ
ଅଭିଯୁକ୍ତଦ୍ୱୟ ସମ୍ପର୍କରେ ଦୁଇଭାଇ ବୋଲି ପୁଲିସ କହିଛି । ଏ ନେଇ ଜଟଣୀଥାନା କେଶନଂ ୨୨୮/୨୧ରେ ମାମଲା ରୁଜୁ ହୋଇଥିବା ପୁଲିସ ସୁଚନା ଦେଇଛି ।

ରିପୋର୍ଟ, ସଞ୍ଜୀବ କୁମାର