Saturday, November 14, 2026
Home ଆଞ୍ଚଳିକ ଜମି କିସମ ପରିବର୍ତ୍ତନ କୁ ପୁଣି ଆନ୍ଦୋଳନ ଡାକରା

ଜମି କିସମ ପରିବର୍ତ୍ତନ କୁ ପୁଣି ଆନ୍ଦୋଳନ ଡାକରା

58

ଖୋର୍ଦ୍ଧା,(ଜିଲ୍ଲା ଖଵର) : ଜଟଣୀ ତହସିଲ ଅଧୀନରେ ଥିବା ୧୩ ଟି ମୌଜାର ସ୍ଥିତିବାନ ଜମିକୁ ତୁରନ୍ତ ସ୍ଥାନୀୟ ବାସିନ୍ଦାକୁ ଫେରାଇବା ଦାବିରେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚାଲିଛି। ସମସ୍ତ ଜମିଜମା ରେକର୍ଡ ବର୍ତ୍ତମାନ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଜେ ନାମରେ ଭୁଲ କ୍ରମେ ରହିଯାଇଛି ବୋଲି ସ୍ଥାନୀୟ ବାସିନ୍ଦା କହୁଛନ୍ତି। ତୁରନ୍ତ ଏହି ସମସ୍ୟା ର ସମାଧାନ ପାଇଁ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟବଦାବୀ କରିଛନ୍ତି। ଏହି ଅବସରରେ ଜଟଣୀ ଖଣ୍ଡୁଆଳ ମନ୍ଦିରରେ ବିଧାୟକ ଶ୍ରୀ ରାଉତରାୟ ଏକ ବୈଠକ ରେ ସୂଚନା ଦେଇଛନ୍ତି। ସମସ୍ୟାର ସମାଧାନ କରା ନ ଗଲେ ଆଗାମୀ ୧୯ ତାରିଖରୁ ଆନ୍ଦୋଳନ କୁ ତିବ ତ୍ର ର କରାଯିବ ବୋଲି ଚେତାବନୀ ଦେବା ସହିତ ସମସ୍ତ ଉଚ୍ଚ ପ୍ରଶାସନିକ ଅଧିକାରୀ ଙ୍କ ଘରେ ସଚିବାଳୟ ରେ ଧସେଇ ପଶିବାକୁ ଚେତାବନୀ ଦେଇଛନ୍ତି ବିଧାୟକ ସୁରେଶ କୁମାର ରାଉତରାୟ।

ରୀପୋର୍ଟ , ସଞ୍ଜୀବ କୁମାର