
ଜଟଣୀ,୧/୫(ଜିଲ୍ଲା ଖଵର) : ମହାମାରୀ କରୋନାର ଦ୍ୱିତୀୟ ଲହରର ଭୟବହତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ହୋଇଥିବା କୋଭିଡ ଗାଇଡଲାଇନକୁ ମାନିବାକୁ ପଡିବ ବୋଲି ଜନସାଧାରଣମାନଙ୍କୁ ତାଗିଦ କର ବୋଲି ଚେତାବନୀ ଦେଇଛନ୍ତି ।
ଏଥିରେ ୪୦ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । କରୋନାର ପ୍ରଥମ ପର୍ଯ୍ୟାୟରେ ଯେଉଁଭଳି ସରପଚଂମାନେ ଜିଲାପାଳ ଦାୟିତ୍ୱ ଗ୍ରହଣ କରି ଗ୍ରାମାଚଂଳରେ ଜନସାଧାରଣମାନଙ୍କୁ କରୋନା ସଂକ୍ରମଣରୁ ନିବୃତ ରହିବାଲାଗି ପ୍ରୟାସ କରିଥିଲେ, ସେହିଭଳିଭାବେ ପୁଣି ସେମାନଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରାଯିବ ବୋଲି କହିଛନ୍ତି । ଅନ୍ୟପଟେ ଜଟଣୀର ରେଳପଥ ଗୋଲେଇ ମାର୍କେଟରେ ଯେଉଁଭଳି ଜନଗହଳି ଦେଖାଯାଉଛି ସେଥିପ୍ରତି ସଜାଗ ହେବା ସହିତ ଆବଶ୍ୟକସ୍ଥଳେ ସଟଡାଉନ କରାଯିବାଭଳି ପଦକ୍ଷେପ ନିଆଯିବ । ତେଣୁ ଯଥା ସମ୍ଭବ ଲୋକମାନେ ସାମାଜିକ ଦୁରତା ବଜାୟ ରଖନ୍ତୁ । ଆବଶ୍ୟକ ନଥିଲେ ଗହଳି ଜମାନ୍ତୁ ନାହିଁ ବୋଲି କହିଛନ୍ତି । ଅନ୍ୟପଟେ ଯେଉଁମାନେ ସଙ୍ଗରୋଧ ଗୃହରେ ରହିଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତିକରଣ ପାଇଁ ପ୍ରତିଦିନ ଜଟଣୀ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ପୈାରପରିଷଦ କର୍ମଚାରୀ,ତହସିଲଦାର,ବିଡିଓ ପ୍ରଭୃତି ଯୋଗାଯୋଗରେ ରହିବେ । ବିଭିନ୍ନ ସ୍ଥାନରେ ଏନଫୋର୍ସମେଂଟ ସମୟରେ ତହସିଲଦାର ଓ ପୈାରନିର୍ବାହୀ ଅଧିକାରୀ ପୁଲିସକୁ ସହଯୋଗ କରିବେ ଏବଂ ପୁଲିସର ସହଯୋଗ ନେଇପାରିବେ । ସେହିପରି ପଜିଟିଭ କେଶ ଗୁଡିକ ଉପରେ ଦୃଷ୍ଟିଦେବା ଏବଂ ଟେଷ୍ଟିଂ ରିପୋର୍ଟ ଦୈନନ୍ଦିନ ଦୃଷ୍ଟିଦେବା ଉପରେ ଆଲୋଚନା କରାଯାଇଥିଲା । ମାସ୍କ ପରିଧାନ ଓ ସାମାଜିକ ଦୁରତାକୁ ବାଧ୍ୟତା ମୂଳକ କରାଯିବା ଉପରେ ଆଲୋଚନା ହୋଇଥିଲା । ଆଜିର ଏହି ଆଲୋଚନାରେ ଜଟଣୀ ତହସିଲଦାର ତପନ କୁମାର ମହାପାତ୍ର, ବିଡିଓ ସରୋଜ କୁମାର ରାଉତ, ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତି, ମେଡିକାଲ ସୁପରିଟେଣ୍ଡେଂଟ ଯିତେନ୍ଦ୍ର କୁମାର ପଣ୍ଡା, ଜଟଣୀଥାନାଧିକାରୀ ବିଶ୍ୱରଂଜନ ସାହୁ ପ୍ରମୁଖ ଯୋଗଦେଇଥିଲେ ।
ରୀପୋର୍ଟ , ସଞ୍ଜୀବ କୁମାର





