
ଜଟଣୀ,୧/୫(ଜିଲ୍ଲା ଖଵର) : ମହାମାରୀ କରୋନା କଟକଣାକୁ ମାନିବାଲାଗି ସରକାର ବିଭିନ୍ନ ଉପାୟରେ ସଚେତନତା କଲେ । ହେଲେ ଶୁଣିଲେନି ବ୍ୟବସାୟୀ ଓ ଗ୍ରାହକମାନେ । ରହିଲାନି ସାମାଜିକ ଦୁରତା ଏବଂ କରୋନା କଟକଣାପ୍ରତି ଧ୍ୟାନ । ବାଧ୍ୟ ହୋଇ ପୁଲିସ ପ୍ରଶାସନ ପକ୍ଷରୁ ଶୁକ୍ରବାର ରାତି ୮ ଟାରେ ସ୍ଥାନୀୟ ରେଳପଥ ପରିବା ଓ ମାଛମାର୍କେଟକୁ ସିଲ କରାଯାଇଛି । ଶନିବାର ଓ ରବିବାର ସାପ୍ତାହନ୍ତ ସଟଡାଉନ ହେବାକୁ ଥିବା ବେଳେ ଶୁକ୍ରବାର ଦିନସାରା ଏହି ମାର୍କେଟରେ ପ୍ରବଳ ଜନସମାଗମ ହୋଇଥିଲା । ଏପରିକି ରାତି ୮ ଟା ପର୍ଯ୍ୟନ୍ତ ମଧ୍ୟ ଏହି ବଜାରରେ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା । ଉପଜିଲ୍ଲାପାଳଙ୍କ ନିର୍ଦ୍ଧେଶକ୍ରମେ ଜଟଣୀଥାନା ଆଇଆଇସି ବିଶ୍ୱରଂଜନ ସାହୁଙ୍କ ନେତୃତ୍ୱରେ ପୁଲିସଟିମ ଉକ୍ତ ମାର୍କେଟକୁ ସିଲ କରିଛି । ଅନ୍ୟପକ୍ଷରେ ପରିବା ଓ ମାଛ ବ୍ୟବସାୟୀମାନଙ୍କର ମଧ୍ୟ ବ୍ୟବସାୟ ସରିଆସିଥିଲା ବେଳେ ପୁଲିସ ଏହାକୁ ସିଲ କରିଥିଲା ବୋଲି କହିଛି । ବାରମ୍ବାର ସଚେତନତା କରାଯାଉଥିବା ବେଳେ ଅମାନିଆମାନେ କରୋନା କଟକଣାକୁ ଫୁ କରୁଥିବା ଅନେକସ୍ଥାନରେ ଦେଖାଯାଉଛି ବୋଲି ପୁଲିସ ପକ୍ଷରୁ ସୁଚନା ମିୀଳିଛି । ଶନିବାର ଓ ରବିବାର ସଟଡାଉନପରେ ଜନସମାଗମ ହେଉଥିବା ବଜାରଗୁଡିକୁ ସୋମବାରଠାରୁ ଆହୁରି କଡାକଡି କରାଯିବା ସହିତ ସିଲ ମଧ୍ୟ କରାଯିବ ବୋଲି କୁହାଯାଇଛି । ତେଣୁ ଅଯଥାରେ ଗହଳି ଲଗାଇ ସଂକ୍ରମଣକୁ ଆମନ୍ତ୍ରଣ ନ କରିବାକୁ ପୁଲିସ ପକ୍ଷରୁ ସଚେତନତା କରାଯାଉଛି ।
ରିପୋର୍ଟ, ସଞ୍ଜୀବ କୁମାର


