
ବେଲଗୁଣ୍ଠା,୧/୫(ଜିଲ୍ଲା ଖଵର) : ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଖାରୀଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସରକାରୀ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ ପିତାମ୍ବର ପରିଡ଼ାଙ୍କୁ ବିଦ୍ୟାଳୟ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I କରୋନା କଟକଣା ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମୀର୍ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧାନପୁଞ୍ଜା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳକୃଷ୍ଣ ସାବତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଞ୍ଚଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛାୟାକାନ୍ତ ମହାପାତ୍ର ଯୋଗ ଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରି ପରିଡ଼ାଙ୍କ ନିଷ୍ଠାପର କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ I ଏହୀ ଅବସରରେ ବିଦ୍ୟାଳୟର ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ସାହୁ, ଶୀତଳ ପ୍ରସାଦ ଜେନା, ଶିକ୍ଷୟିତ୍ରୀ ସରିତା ବେହେରା, ସବିତା ରାଇକା ଏବଂ ପ୍ରତିଭା ବିଷୋୟୀ ପ୍ରମୁଖ ଶ୍ରୀ ପରିଡ଼ାଙ୍କ ସହକର୍ମୀଙ୍କ ପ୍ରତି ଥିବା ସହଯୋଗ ପୂର୍ଣ୍ଣ ମନୋଭାବ ବିଷୟରେ କହିବା ସହିତ ଭାବ ବିହ୍ଵଳ ହୋଇପଡ଼ିଥିଲେ I ଗ୍ରାମର ଦୁଇ ବରିଷ୍ଠ ଶିକ୍ଷାପ୍ରେମୀ ବିଜୟ ଗୌଡ଼ ଏବଂ ବିଶ୍ଵନାଥ ଗୌଡ଼ ଶ୍ରୀ ପରିଡ଼ାଙ୍କୁ ମାନପତ୍ର, ଉପଢ଼ୌକନ ଏବଂ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ I କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ କୈଳାସ ଚନ୍ଦ୍ରା ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ I
ରିପୋର୍ଟ-ଶିବରାମ ଚୌଧୁରୀ



