Sunday, October 11, 2026
Home ଆଞ୍ଚଳିକ ବାରିକୁମ୍ପା ଗ୍ରାମ ତରଫରୁ ସ୍ଵଛ ଭାରତ ଓ ବୃକ୍ଷ ରୋପଣ

ବାରିକୁମ୍ପା ଗ୍ରାମ ତରଫରୁ ସ୍ଵଛ ଭାରତ ଓ ବୃକ୍ଷ ରୋପଣ

60

ବାଲିଗୁଡା, (ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ଗ୍ରାମପଞ୍ଚାୟତ ଅଧିନସ୍ଥ ବାରିକୁମ୍ପା ଠାରେ ମା ବ୍ୟାଘ୍ର ଦେବି ଯୁବ କଳା ପରିଷଦ ତରଫରୁ ସ୍ଵଛ ଭାରତ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ବାରିକୁମ୍ପା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବିଶ୍ରାମଗାର, ଛକ,ଓ ବଜାର ବୁଲି ମା ବ୍ୟାଘ୍ରଦେବି ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ସଫେଇ କରିଥିବା ସହ ବୃକ୍ଷ ରୋପଣ କରିଥିଲେ ଏହାପରେ ପ୍ଲାଷ୍ଟିକ ବର୍ଜନ ନିମନ୍ତେ ବୁଲି ବୁଲି ରାଲି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରିଥିଲେ l

ଏହି କାର୍ଯ୍ୟକ୍ରମରେ ସଭାପତି ବିବାଦ ପଣ୍ଡା, ଉପ ସଭାପତି ଆଲୋକ ପଣ୍ଡା, ସମ୍ପାଦକ ରାଜକିଶୋର ବେହେରା, ସହ ସମ୍ପାଦକ ଦୀନବନ୍ଧୁ ପଣ୍ଡା, କୋଷାଧକ୍ଷ ଦୀପକ ବେହେରା, ସ୍ୱୟଂ ସହାୟକ ଗୋଷ୍ଠୀର ସିଆରପି ଉଷାରାଣୀ ପଣ୍ଡା, ବହୁ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର, ଫାର୍ମାସିଷ୍ଟ, ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଗ୍ରାମ ବାସୀ ମାନେ ପ୍ରଶଂସା କରିଥିଲେ l