Wednesday, November 18, 2026
Home ଆଞ୍ଚଳିକ ଗଞ୍ଜେଇ ସହ କାର ଜବତ, ଆସାମୀ ଫେରାର

ଗଞ୍ଜେଇ ସହ କାର ଜବତ, ଆସାମୀ ଫେରାର

29

ବ୍ରହ୍ମପୁର,୩୦/୪(ଜିଲ୍ଲା ଖଵର) : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଜରଉ ଛକ ନିକଟରେ ଥିବା ଟୁଲ ଗେଟ ଠାରେ ଏକ ଗଞ୍ଜେଇ ଭର୍ତି କାର କୁ ଜବତ କରିଛି ପୋଲିସ।ଘଟଣା ସ୍ଥଳରୁ ଆସାମୀ ଫେରାର।କାର ଟିରେ 42 କେଜି ଗଞ୍ଜେଇ ଥିବା ସୂଚନା ଦେଇଛି ପୋଲିସ।ସୂଚନା ମୁତାବକ ଆଜି ସକାଳୁ ସୋରଡ଼ା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ା ପଟୁ ଆସୁଥିବା ଏକ ସେଣ୍ଟ୍ରୋ କାର ପୋଲିସକୁ ଦେଖି ଅଟକି ଯାଇଥିଲା।ଡ୍ରାଇଭର ପୋଲିସ କୁ ଦେଖି ଗାଡ଼ି କୁ ଛାଡି ଜଙ୍ଗଲ ଆଡକୁ ଦୋୖଡ଼ି ପଳାଇଥିଲା। ନିକଟକୁ ଯାଇ ଦେଖିଲା ବେଳକୁ ଗାଡ଼ିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ।ବାଲିଗୁଡା ରୁ ଭୁବନେଶ୍ୱର କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ପୋଲିସ।