Monday, November 16, 2026
Home ଆଞ୍ଚଳିକ ପରୀକ୍ଷା ବାତିଲ ଦାବିରେ କଲେଜ ଛାତ୍ରଙ୍କ ରାସ୍ତାରୋକୋ

ପରୀକ୍ଷା ବାତିଲ ଦାବିରେ କଲେଜ ଛାତ୍ରଙ୍କ ରାସ୍ତାରୋକୋ

38

ଜଟଣୀ,୩୦/୪(ଜିଲ୍ଲା ଖଵର) : ଗୁରୁବାର ମଧ୍ୟାହ୍ନରେ ଜଟଣୀ କଲେଜର +୨ର ଛାତ୍ରମାନେ କଲେଜ ସମୁଖରେ ରାସ୍ତାରୋକୋ କରିବା ସହିତ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସଙ୍କ କୁଶପୁତଳିକା ଦାହ କରିଛନ୍ତି । ବର୍ତମାନ ସମୟରେ ମହାମାରୀ କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ସ୍କୁଲ,କଲେଜ ଛୁଟି ରହିଛି । କେବଳ ଅନଲାଇନ ମାଧ୍ୟମରେ ପାଠପଢା ଜାରି ରହିଛି । ଅନ୍ୟପଟେ ଦଶମ ଶ୍ରେଣୀ ପରୀକ୍ଷାକୁ ସରକାର ବାତିଲ କରିବାପରେ ସେମାନେ ସୁରକ୍ଷୀତ ରହିଥିବା ବେଳେ +୨ର ପରୀକ୍ଷାକୁ କାହିଁକି ବାତିଲ କରାଯିବ ନାହିଁ ବୋଲି ଛାତ୍ରମାନେ ଦାବି ଉପସ୍ଥାପନ କରିଥିଲେ । ମାତ୍ର ଏହାର ଜବାବରେ କଲେଜର ଅଧ୍ୟକ୍ଷ ସରକାରଙ୍କ ଗଣଶିକ୍ଷାବିଭାଗର ନିଷ୍ପତି ଉପରେ ସମାଧାନ କରାଯିବ ବୋଲି କହିଥିଲେ । ତେବେ ସରକାର ଏବଂ ଗଣଶିକ୍ଷାବିଭାଗ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି ବୋଲି କହିଥିଲେ । ରାଜ୍ୟରେ କରୋନାସ୍ଥିତି ପିକ୍‌ରେ ରହିଛି । ଯଦି ମେଟ୍ରିକ ପରୀକ୍ଷା ବାତିଲ ହୋଇପାରୁଛି ତେବେ କଲେଜ ପରୀକ୍ଷା କାହିଁକି ନୁହେଁ । ସମୟ ନଗଡାଇ ଯଥାଶିଘ୍ର ସମାଧାନ କରନ୍ତୁ । ପରୀକ୍ଷାବାତିଲ କରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ କରୋନାରୁ ସୁରକ୍ଷା ଦେଉଥିବା ବେଳେ କଲେଜ ଛାତ୍ରଛାତ୍ରୀମାନଙ୍କ ପ୍ରତି ଅହେତୁକ ମନୋଭାବ ସେମାନଙ୍କୁ କଠୋର ଆଘାତ ଦେଇଛି ବୋଲି କହିଥିଲେ । ଏହା ବ୍ୟତିତ ପରୀକ୍ଷାବାତିଲ ଦାବିକୁ କଲେଜ ସମର୍ଥନ ଦେଉନଥିବା ଆଶା କରାଯାଉଛି । ତେବେ ଏହାର କୈାଣସି ସନ୍ତୋଷଜନକ ଉତର ନମିଳିବାରୁ ଗୁରୁବାର ଜଟଣୀ କଲେଜ ସମୁଖରେ +୨ର ଛାତ୍ର ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିଲେ । ଫଳରେ ଜଟଣୀ-ତଳଖେତା ମୂଖ୍ୟରାସ୍ତା ଅବରୋଧ ହେବା ସହିତ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଏହା ସହିତ ଉତ୍ୟକ୍ତ ଛାତ୍ରମାନେ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ମନ୍ତ୍ରୀ ସମୀର ରଂଜନ ଦାସଙ୍କ କୂଶପୁତଳିକା ଦାହ କରିଥିଲେ । ଅନ୍ୟପଟେ ମେ’ ୧୮ ତାରିଖରେ +୨ ପରୀକ୍ଷା ଆରମ୍ଭ ହୋଇଥାନ୍ତା । ମାତ୍ର ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତମାନ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ଆସନ୍ତା ଜୁନରେ ପରୀକ୍ଷା କରିବାଲାଗି ସରକାର ସିଦ୍ଧାନ୍ତ ନେଇଥାନ୍ତେ । ହେଲେ ଯେଉଁ ପର୍ଯ୍ୟନ୍ତ ଅନ୍ୟାନ୍ୟ ପରୀକ୍ଷା ଆରମ୍ଭ ହୋଇନାହିଁ ସେ ପର୍ଯ୍ୟନ୍ତ +୨ ପରୀକ୍ଷା ମଧ୍ୟ ବାତିଲ କରାଯାଉ ବୋଲି ଛାତ୍ରଛାତ୍ରୀମାନେ ସୁଚନା ଦେଇଛନ୍ତି ।

ରୀପୋର୍ଟ , ସଞ୍ଜୀବ କୁମାର