Thursday, November 19, 2026
Home ଆଞ୍ଚଳିକ ରାଇକିଆ ଭିଜିଲାନ୍ସ ଜାଲରେ ତହସିଲଦାର

ରାଇକିଆ ଭିଜିଲାନ୍ସ ଜାଲରେ ତହସିଲଦାର

128

ବାଲିଗୁଡା, ୨୯/୪{ସୁକାନ୍ତ କୁମାର ତ୍ରିପାଠୀ} : ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରାଇକିଆ ତହସିଲଦାର ଙ୍କୁ ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ ଟିମ l ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ତାଙ୍କର ରାଇକିଆ ସ୍ଥିତ ସରକାରୀ ବାସଭବନରୁ ଭିଜିଲାନ୍ସ ଟିମ ଗିରଫ କରିଛି l ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକ ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ରାଇକିଆ ତହସିଲଦାର ରାଇକିଆ ଥାନା ମଣ୍ଡାକିଆ ଗ୍ରାମର ସେନାପତି ପ୍ରଧାନ ନାମକ ଜଣେ ଟ୍ରାକ୍ଟର ମାଲିକଙ୍କ ଠାରୁ ତାଙ୍କର ଜବତ ଟ୍ରାକ୍ଟର ରିଲିଜ୍ କରିବାକୁ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରାଯାଇଛି l