
ଭଞ୍ଜନଗର,୨୯/୪(ଜିଲ୍ଲା ଖଵର) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଓକିଲ ସଂଘ ତରଫରୁ ସଭାପତି ବରିଷ୍ଠ ଓକିଲ ସନ୍ତୋଷ କୁମାର ନାୟକଙ୍କ ସଭାପତିତ୍ୱ ରେ କୋର୍ଟ ପରିସର ରେ ଆଇନଜୀବି ଦିବସ ପାଳିତ ହୋଇଯାଉଛି।ସ୍ମରଣଯୋଗ୍ୟ ଯେ ଭଞ୍ଜନଗର ଓକିଲ ସଂଘ ର ଦାବି ଓ ପ୍ରଚେଷ୍ଟା ରେ ମଧୁସୂଦନ ଦାସ(ମଧୁ ବାବୁ)ଙ୍କ ଜନ୍ମ ଜୟନ୍ତୀକୁ ସାରା ଓଡ଼ିଶାରେ ଆଇନଜୀବୀ ଦିବସ ରୂପେ ପାଳନ ହୋଇ ଆସୁଛି।

ପୂର୍ବତନ ଆଓଲା ସଭାପତି ବରିଷ୍ଠ ଓକିଲ ଶିଶିର କୁମାର ପାଢୀ ମୁଖ୍ୟ ଅତିଥି ଯୋଗ ଦେଇ ମଧୁ ବାବୁ ଙ୍କ ସ୍ମୃତି ଚାରଣ କରିବା ସହ ଭଞ୍ଜନଗର ଓକିଲ ସଂଘର ସଦସ୍ୟଙ୍କ ସବୁ ସୁଖ ଦୁଃଖ ରେ ସାମିଲ ହେବାର ପ୍ରତିଶ୍ରୁତି ଦେଇଥିଲେ।ଅନ୍ୟତମ ଅତିଥି ରୂପେ ଆଓଲା ଉପସଭାପତି ରାଜେନ୍ଦ୍ର କୁମାର ପ୍ରଧାନ,ନିରଂଜନ ନାୟକ ,ଭଞ୍ଜନଗର ଓକିଲ ସଂଘ ର ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ, ଉପସଭାପତି ରଜତ କୁମାର ଦାସ,ସହ ସମ୍ପାଦକ ଧୀରେନ କୁମାର ସ୍ୱାଇଁ, ପ୍ରମୁଖ ମଞ୍ଚାସିନ ଥିଲେ।ବରିଷ୍ଠ ସରକାରୀ ଓକିଲ ଏମ.ତାଜ ଆଦେନି,ଗୋପାଳକୃଷ୍ଣ ପ୍ରଧାନ ମଧୁ ବାବୁ ଙ୍କ ନୀତି ଆଦର୍ଶ ବିଷୟ ରେ କହିଥିଲେ।ଏହି ଅବସରରେ ବରିଷ୍ଠ ଓକିଲ ଦିବାକର ନାୟକ, ସୁନୀଲ ପାଢ଼ୀ, ସୁଧାଂଶୁଵାଳା ପଟ୍ଟନାୟକ, ଭବାନୀ ଶଙ୍କର ତ୍ରିପାଠୀ, ବିମଲ କୁମାର ପାଣି, ସନ୍ତୋଷ କୁମାର ପଣ୍ଡା,ପ୍ରହଲ୍ଲାଦ ଲେଙ୍କା ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।ବରିଷ୍ଠ ଓକିଲ ଦଣ୍ଡପାଣି ସ୍ୱାଇଁ,ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ,ସାଗର ତ୍ରିପାଠୀ, ସନ୍ତୋଷ ତିଆଡ଼ି,ନିରାକାର ସାହୁ,ଅରୁଣ ପ୍ରଧାନ,ଅପର୍ଣ୍ଣା ଗୌଡ଼ ସମେତ ବହୁ ଆଇନଜୀବୀ ଯୋଗ ଦେଇଥିଲେ।ବରିଷ୍ଠ ଓକିଲ ରବି ଦାସ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ।
ରିପୋର୍ଟ,ନିରାକାର ସାହୁ


