Wednesday, November 18, 2026
Home ଆଞ୍ଚଳିକ ଇଲୋକ୍ଟ୍ରୋନିକ୍ସ ଦୋକାନ ସିଲ କଲା ପୋଲିସ ପ୍ରଶାସନ

ଇଲୋକ୍ଟ୍ରୋନିକ୍ସ ଦୋକାନ ସିଲ କଲା ପୋଲିସ ପ୍ରଶାସନ

55

ହିଞ୍ଜିଳିକାଟୁ,୨୯/୪(ଜିଲ୍ଲା ଖଵର) : ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ବିଶ୍ଵରେ କାୟା ବିସ୍ତାର କରିଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏବଂ ପ୍ରସାଶନ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଛି । କରୋନାକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ କୋଭିଡ କଟକଣା ଲାଗୁ କରାଯାଇଛି।କରୋଣା ୧ ଭଳି ୨କୁ ମାତ ଦେବା ନିମନ୍ତେ ସଚେତନତା କରାଯିବା ସହ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ସାନିଟାଇଜର ବ୍ୟବହାର ସହ ସମସ୍ତ କୋଭିଡ ନିୟମ ପାଳନ ମୁଳମନ୍ତ୍ର ଅଟୋ ।କରୋଣା କଟକଣାକୁ କିଛି କୋହଳ କରାଯାଇଥିବାବେଳେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତ୍ୱ ରକ୍ଷା କରିବା ସକାଶେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏଭଳି ସମୟରେ ଗୂରୁବାର ସକାଳ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ନିକଟରେ ଥିବା ପାତ୍ର ଇଲୋକ୍ଟ୍ରୋନିକ୍ସ ଦୋକାନ ଖୋଲି ଗ୍ରାହକଙ୍କ ଭିଡ଼ କରିଥିଲେ । ଦୋକାନ ସମ୍ମୁଖରେ ଗ୍ରାହକଙ୍କ ଭିଡ଼ ସହିତ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ନଥିବା ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ନିକଟରେ ଖବର ପହଞ୍ଚିଥିଲା । ଖବର ପାଇ ଥାନା ଅଧିକାରୀ ଅଭିମନ୍ୟ ଦାସ ସଂପୃକ୍ତ ଈଲୋକ୍ଟ୍ରନିକ୍ସ ଦୋକାନରେ ପହଞ୍ଚି ଦୋକାନ କୁ ସିଲ୍ କରିଥିଲେ । ଆଗାମୀ ଦିନରେ ପଞ୍ଚସୂତ୍ରୀ ନିୟମ ପାଳନ କରୁନଥିବା ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଭୟଙ୍କୁ ପୁଲିସ ଓ ପୈାର ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ହିଂଜିଳି କାଟୁ ରଜନୀକାନ୍ତ ପାତ୍ର