
ବାଲିଗୁଡା, (ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗ୍ରାମ ପଞ୍ଚାୟତ ସ୍ତରୀୟ ପାଇକ କୁଳ ସମାଜର ସଭାପତି ଲଷ୍ମୀନାରାୟଣ ଦଣ୍ଡିଆଙ୍କ ସଭାପତିତ୍ଵରେ ଏକ ସାଧାରଣ ସଭା ପଞ୍ଚାୟତ ସଭାଗୃହ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l
ଏଥିରେ ସମାଜର ଉପସଭାପତି ଶ୍ରୀକାନ୍ତ ଦଳବେହେରା, ସମ୍ପାଦକ ସରୋଜ କୁମାର ଅମାୟତ, କୋଷାଧକ୍ଷ ମୋହନ ଗାଉଁତିଆ, ବାର୍ତ୍ତାବହ ଉପେନ୍ଦ୍ର ସାହା, ପ୍ରମୁଖ ଉପସ୍ଥିତ ରହି ପାଇକ କୁଳ ସମାଜର ଉନ୍ନତି, ପଞ୍ଚାୟତ ସ୍ତରରୁ ହିଁ ସଂଗଠନକୁ ମଜଭୁତ କରିବା ସହ ବିଭିନ୍ନ ଅଭାବ, ଅସୁବିଧା, ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା l


ଏଥିରେ ସମାଜର ଶତାଧିକ କର୍ମୀ ଓ ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ହିନ୍ଦୁ ପ୍ରଧାନ, ଦୁର୍ବାସା ଦଳବେହେରା, ଅର୍ଜୁନ ଦେହୁରୀ, ଅମୀୟ ପ୍ରଧାନ,ପ୍ରମୁଖ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ l



