Tuesday, November 17, 2026
Home ଆଞ୍ଚଳିକ ଇନ୍ସପେକ୍ଟର ରେଙ୍କ ପଦୋନ୍ନତି ପାଇଲେ ଦୀପ୍ତିରଞ୍ଜନ ବେହେରା

ଇନ୍ସପେକ୍ଟର ରେଙ୍କ ପଦୋନ୍ନତି ପାଇଲେ ଦୀପ୍ତିରଞ୍ଜନ ବେହେରା

259

ବେଗୁନିଆପଡ଼ା୨୯/୪(ଜିଲ୍ଲା ଖଵର) ସବଇନ୍ସପେକ୍ଟରରୁ ପଦୋନ୍ନତି ହୋଇ ଇନ୍ସପେକ୍ଟର ହେଲେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନ ବେହେରା । ୦୮.୦୨.୨୦୨୧ରେ ଅନୁଷ୍ଠିତ କେନ୍ଦ୍ରୀୟ ଚୟନ ବୋର୍ଡ ଏବଂ ପରବର୍ତ୍ତୀ ସବ୍ ଇନ୍ସପେକ୍ଟରଙ୍କୁ ପୋଲିସ୍ ଇନ୍ସପେକ୍ଟର ପଦବୀରେ ପଦୋନ୍ନତି ପାଇଁ ମନୋନୀତ ହୋଇ ପରବର୍ତ୍ତୀ ପାହ୍ୟା ତଥା ପୋଲିସ୍ ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି ପାଇବାକୁ ଯୋଗ୍ୟ ହୋଇଛନ୍ତି ଦୀପ୍ତିରଞ୍ଜନ । ORSP ନିୟମ ଅନୁଯାୟୀ ତାଙ୍କୁ ସମସ୍ତ ସୁବିଧା ଯୋଗାଇଦିଆଯିବା ନେଇ ଚିଠିରେ ଦର୍ଶାଯାଇଛି । ଆଇଆଇସି ରେଙ୍କ ପାଇବା ପରେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।