Sunday, November 15, 2026
Home ଆଞ୍ଚଳିକ କୋଭିଡ ବେଡ୍‌ରୁ CA ପାଇଁ ପ୍ରସ୍ତୁତି…

କୋଭିଡ ବେଡ୍‌ରୁ CA ପାଇଁ ପ୍ରସ୍ତୁତି…

20

“ସଫଳତା ଏକ ସୁଯୋଗ ନୁହେଁ  । ଏଥିପାଇଁ ତୁମର ସମର୍ପଣ ଦରକାର  । ମୁଁ କୋଭିଡ ହସ୍ପିଟାଲ ପରିଦର୍ଶନ କରି ଏହି ବ୍ୟକ୍ତିଙ୍କୁ CA ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଦେଖିଲି  । ଶିକ୍ଷା ପ୍ରତି ତାଙ୍କ ଉତ୍ସଗୀକୃତ ମନୋଭାବ ତାଙ୍କ ଯନ୍ତ୍ରଣାକୁ ଭୁଲାଇଦେବ ।

’’https://platform.twitter.com/embed/Tweet.html?dnt=false&embedId=twitter-widget-2&features=eyJ0ZndfZXhwZXJpbWVudHNfY29va2llX2V4cGlyYXRpb24iOnsiYnVja2V0IjoxMjA5NjAwLCJ2ZXJzaW9uIjpudWxsfSwidGZ3X2hvcml6b25fdHdlZXRfZW1iZWRfOTU1NSI6eyJidWNrZXQiOiJodGUiLCJ2ZXJzaW9uIjpudWxsfX0%3D&frame=false&hideCard=false&hideThread=false&id=1387215880962985985&lang=en&origin=https%3A%2F%2Fargusnews.in%2Farticle%2Fnational%2Frajasthan-cm-ashok-gehlot-tests-positive-for-covid-19-working-under-isolation&sessionId=58c2814255c83c6bfdef1f4811ef5c0154c37719&theme=light&widgetsVersion=82e1070%3A1619632193066&width=550px

୨୯/୦୪/୨୧ (ଜିଲ୍ଲା ଖବର):  ମହାମାରୀ କରୋନାକୁ ନେଇ ସମସ୍ତଙ୍କ ମନରେ ଭୟ  । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ଲୋକଙ୍କୁ ଅଧିକ ବ୍ୟଥିତ କରୁଛି  । କିଏ କୋଭିଡ ପଜିଟିଭ ହେବା ପରେ ଅଧିକ ଚିନ୍ତାଗ୍ରସ୍ତ ହେଉଛି ତ କିଏ କୋଭିଡ ନ ହେବା ପାଇଁ ନାନା ଉପାୟମାନ ଆପଣାଉଛନ୍ତି  । ହେଲେ ପ୍ରତିକୂଳ ପରିସ୍ଥିତିରେ ବି ସମାଜକୁ ଶିକ୍ଷା ଦେଉଛନ୍ତି ଜଣେ ସିଏ(ଚାଟାର୍ଡ ଆକାଉଣ୍ଟାଟ) ଆଶାୟୀ  । କୋରୋନା ସଂକ୍ରମିତ ହେବା ପରେ ସେ ଭାଙ୍ଗି ନ ପଡି କୋଭିଡ ବେଡ୍‌ରୁ ହିଁ ସିଏ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି  । ଯାହା ଗଞ୍ଜାମ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା  । ଆଉ ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଯୁବକଙ୍କର ଏକ ଫୋଟ ପୋଷ୍ଟ କରି ପ୍ରଶଂସା କରିଥିଲେ ।  ଯାହା ବର୍ତ୍ତମାନ ପରିସ୍ଥିତିରେ ଏକ ସକରାତ୍ମକ ପ୍ରଭାବ ପକାଇଛି  । କିନ୍ତୁ ଏହି ଟୁଇଟକୁ ରିପ୍ଲାଏ ଦେବାକୁ ଯାଇ ମିଶ୍ର ପ୍ରତିକ୍ରିୟା ପଢିବାକୁ ମିଳିଛି ।

ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟ କରି ଲେଖିଛନ୍ତି, ’ସଫଳତା ଅଚାନକ ମିଳେନି  । ସଫଳତା ପାଇବାକୁ ହେଲେ ସମର୍ପଣ ଦରକାର  । ମୁଁ ଆଜି କୋଭିଡ ହସ୍ପିଟାଲ ପରିଦର୍ଶନ କରୁଥିବା ସମୟରେ ଏକ ଯୁବକଙ୍କୁ ଦେଖିଲି  । ଯିଏ ବେଡ୍‌ରେ ଥାଇ ସଏ ପରୀକ୍ଷା ପାଇଁ ଅଧ୍ୟୟନ କରୁଥିଲେ  । ସଫଳତା ପ୍ରତି ଥିବା ସମର୍ପଣ ହିଁ ୟନ୍ତ୍ରଣାକୁ ଲାଘବ କରେ  । ସମ୍ପ୍ରତି ପରିସ୍ଥିତିରେ ଅନେକ ପରୀକ୍ଷା ସରକାର ବାତିଲ କରିଛନ୍ତି । ଆଉ ଅନେକ ପରୀକ୍ଷାକୁ ଘୁଞ୍ଚାଇ ମଧ୍ୟ ଦିଆଯାଉଛି  । ଜୀବନ ରକ୍ଷା ହିଁ ମୂଳ ମନ୍ତ୍ର ପାଲଟିଛି  । ପ୍ରଥମେ ସୁରକ୍ଷିତ ରହିବା, ଆଉ ତା ପରେ ଭବିଷ୍ୟତ ଗଢିବା  । ଅନେକ ଛାତ୍ରଛାତ୍ରଙ୍କ ମନରେ ଘରେ ବସି ବସି ନକରାତ୍ମକ ଭାବନା ସୃଷ୍ଟି ହେଉଥିବା ବେଳେ ଏହି କୋଭିଡ ଆକ୍ରାନ୍ତ ଯୁବକଙ୍କ ଉଦ୍ୟମ ଯୁବ ସମାଜକୁ ଭଲ ବାର୍ତ୍ତା ଦେବ ନିଶ୍ଚୟ  ।