
ନୂଆଦିଲ୍ଲୀ ,୨୯/୦୪/୨୧ (ଜିଲ୍ଲା ଖବର) : ବିଗ୍ବସ୍ ସିଜିନ୍ ୧୪ର ବିଜେତା ରୁବିନା ଦିଲୈକ୍ ଆଜିକାଲି କୌଣସି ନାଁ କୌଣସି କାରଣକୁ ନେଇ ବେଶ ଚର୍ଚ୍ଚାରେ ରହୁଥିବା ଦେଖିବାକୁ ମିଳୁଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ୍ ରୁହନ୍ତି ରୁବିନା । ତାଙ୍କର ଗ୍ଲାମରସ ଲୁକ୍ ଏବଂ ତାଙ୍କ ଅନ୍ଦାଜକୁ ବେଶ ପସନ୍ଦ କରନ୍ତି ଦର୍ଶକ ।
ତାଙ୍କର ଫଟୋ ହେଉ ବା ଭିଡିଓ , ପୋଷ୍ଟ ହେବା ମାତ୍ରେ ଫଟାଫଟ ଭାଇରାଲ ହେବାରେ ଲାଗେ । ତେବେ ନିକଟର ରୁବିନା ତାଙ୍କର ସୋସିଆଲ ମିଡିଆ ଆକାଉଂଟ ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ ସେୟାର କରି,କେହି ଜଣେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଂଟ ହ୍ୟାକ୍ କରିବାକୁ ଚେଷ୍ଟା କରୁଥିବାର ସୂଚନା ଦେଇଛନ୍ତି । ଏହାକୁ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର ଏହାର ସୂଚନା ଦେଇଛନ୍ତି ।
ରୁବିନା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, କେହି ଜଣେ ମୋର ଇନ୍ଷ୍ଟାଗ୍ରାମ୍ ଆକାଉଂଟ ଲଗ୍ ଇନ୍ କରିବାକୁ ଚେଷ୍ଟା କରୁଛି ଏବଂ ଲୋକେସନ୍ ଦିଲ୍ଲୀ ଅଟେ ।
ଏହା ସହିତ ରୁବିନା କ୍ୟାପସନରେ ଲେଖିଛନ୍ତି ଯେ, ଆପଣଙ୍କ ପାଖରେ ଏତେ ସମୟ ଅଛି ବରବାଦ୍ କରିବା ପାଇଁ । ୟେ କେମିତି ବରବାଦୀ ‘ । ତାଙ୍କର ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ମାନେ ତାଙ୍କର ଏହି ପୋଷ୍ଟରେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିବାରେ ଲାଗିଛନ୍ତି । ଜଣେ ୟୂଜର ଲେଖିଛନ୍ତି ଯେ, ‘ ଲୋକମାନଙ୍କ ପାଖରେ ଏତେ ସମୟ ଅଛି ଯେ ସେମାନେ ଆପଣଙ୍କ ଇନ୍ଷ୍ଟାଗ୍ରାମ୍ ହ୍ୟାକ୍ କରୁଛନ୍ତି । ଅନ୍ୟଜଣେ ଲେଖିଛନ୍ତି, କେହି ଜଣେ ବେବଖୁବ୍ ହୋଇଥିବେ ।





