Thursday, November 12, 2026
Home ଆଞ୍ଚଳିକ କରୋନା ନିୟମ ଉଲଙ୍ଘନ ମାମଲାରେ ଜିମ୍ମି ଶେରଗିଲଙ୍କ ସହ ୩୫ ଜଣଙ୍କ ବିରୋଧରେ ମାମଲା ରୁଜୁ

କରୋନା ନିୟମ ଉଲଙ୍ଘନ ମାମଲାରେ ଜିମ୍ମି ଶେରଗିଲଙ୍କ ସହ ୩୫ ଜଣଙ୍କ ବିରୋଧରେ ମାମଲା ରୁଜୁ

19

ମୁମ୍ବାଇ ,୨୯/୦୪/୨୧ (ଜିଲ୍ଲା ଖବର) :ଅଭିନେତା ଜିମ୍ମି ଶେରଗିଲଙ୍କ ଆଗାମୀ ୱେବ୍ ସିରିଜ୍ ‘ୟୋର୍ ଅନର’ର ସୁଟିଂ ଏବେ ପଞ୍ଜାବର ଲୁଧିୟାନାରେ ଏକଦମ୍ ଯୋରସୋରରେ ଚାଲିଛି । ଯେଉଁଠି କରୋନା ନିୟମ ଉଲଙ୍ଘନ କରିବା ନେଇ, ଏହାର ମୁଖ୍ୟ କଳାକାର ଜିମ୍ମି ଶେରଗିଲ , ଡାଇରେକ୍ଟର ଇଶ୍ୱର ନିବାସ୍‌ଙ୍କ ସମେତ ଅନ୍ୟ ୩୫ ଜଣ କ୍ରୁ ମେମ୍ବରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଖବର ଅନୁଯାୟୀ, ପାଳନ କରାଯାଉଥିବା କରୋନା ନିୟମ ଅନୁସାରେ ସଂଧା ୬ଟା ପରେ ପଞ୍ଜାବରେ ସୁଟିଂ କରିବାର ଅନୁମତି ନାହିଁ ।

ଏହି ଟିମ୍ ‘ୟୋର ଅନର’ର ଲୁଧିୟାନାର ଆର୍ଯ୍ୟ ସ୍କୁଲରେ ସୁଟିଂ କରୁଥିଲେ । ହେଲେ ସେଠାରେ ସେମାନେ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ୨ ଘଂଟା ସମୟ ଧରି ଏହାର ସୁଟିଂ ଜାରି ରଖିଥିଲେ । ଏହି ବିଲ୍ଡିଂକୁ ସେସନ୍ କୋର୍ଟ ସେଟ୍ କରିଥିଲେ ।

କୌଣସି ବ୍ୟକ୍ତିଙ୍କ ଅଭିଯୋଗ ପରେ ଏହି କାଯ୍ୟାନୁଷ୍ଟାନ ନିଆ ଯାଇଛି । ପୁଲିସ ସୁଟିଂ ସେଟରେ ପହଞ୍ଚି ଦୁଇ ଜଣଙ୍କୁ ଗିଫ କରି ଚାଲାନ୍ କାଟିଥିଲା ।