Sunday, November 15, 2026
Home ଆଞ୍ଚଳିକ କରୋନା ରୋଗୀଙ୍କ ପାଇଁ ଆଇସିୟୁ ବ୍ୟବସ୍ଥା କଲେ ଅଜୟ ଦେବଗନ

କରୋନା ରୋଗୀଙ୍କ ପାଇଁ ଆଇସିୟୁ ବ୍ୟବସ୍ଥା କଲେ ଅଜୟ ଦେବଗନ

16

ନୂଆଦିଲ୍ଲୀ, ୨୯/୦୪/୨୧ (ଜିଲ୍ଲା ଖବର) : ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନାକୁ ନେଇ ସ୍ଥିତି ଚିନ୍ତାଜନକ । ଗୋଟେପଟେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ଅନ୍ୟପଟେ ଅନେକ୍ ହସ୍ପିଟାଲରେ ବେଡ ଏବଂ ଅକ୍ସିଜେନର ଘୋର ଅଭାବ ଦେଖା ଦେଉଛି ।

ଏଭଳି ପରିସ୍ଥିତିକୁ ଦେଖି ଅନେକ୍ ସେଲିବ୍ରେଟି ଏହାରି ମଧ୍ୟରେ ସାହାଯ୍ୟର ହାତ ବଢାଇବାକୁ  ଆଗକୁ ଆସୁଥିବା ଦେଖିବାକୁ ମିଳୁଛି । ନିକଟରେ  ବଲିଉଡ ଅଭିନେତା ଅଜୟ ଦେବଗନ୍ କରୋନା ସଂକ୍ରମିତଙ୍କ ସାହାଯ୍ୟ କରିଛନ୍ତି । ମହାରାଷ୍ଟ୍ରରେ କରୋନା ଥମିବାର ନାଁ ଧରୁନାହିଁ ।

ଏହାରି ମଧ୍ୟରେ  ଅଜୟ ଦେବଗନ୍ ମୁମ୍ବାଇର  ଶିବାଜୀ ପାର୍କରେ  ନିଜ ତରଫରୁ ୨୦ଟି  ଶଯ୍ୟା ବିଶିଷ୍ଟ  ଆଇସିୟୁର ବ୍ୟବସ୍ଥା କରିଛନ୍ତି । ଯାହା ଦ୍ୱାରା କରୋନା ରୋଗୀଙ୍କ ଟ୍ରିଟମେଣ୍ଟ କରାଯାଇ ପାରିବ ।

ଖବର ମୁତାବିକ୍‌, ଅଜୟ ଦେବଗନ୍ ବିଏମ୍‌ସିକୁ ପ୍ରାୟ ୧ କୋଟି ଟଙ୍କା ଦେଇଛନ୍ତି । ଯେଉଁଥିରେ  ୨୦ ଶଯ୍ୟା  ବିଶିଷ୍ଟ ଏମରଜେନ୍ସି ହସ୍ପିଟାଲ ନିର୍ମାଣ ହୋଇ ପାରିବ । ତାଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରାଯାଉଛି ।