4 ଲକ୍ଷ ଟଙ୍କାର କାଠ ସାମଗ୍ରୀ ଜବତ

5

ବୌଦ୍ଧ, ୨୯/୦୪/୨୧ (ଜିଲ୍ଲା ଖବର) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଞ୍ଜ ଗଣପତି ନଗରରେ ବନବିଭାଗ ପକ୍ଷରୁ ଚଢ଼ାଉ । 4 ଲକ୍ଷ ଟଙ୍କାର କାଠ ସାମଗ୍ରୀ ଜବତ ହୋଇଛି । ପୁରୁଣାକଟକ ରେଞ୍ଜ ପକ୍ଷରୁ କୌଣସି ସୂତ୍ରରୁ ଖବର ପାଇ ପୁରୁଣାକଟକ ସ୍ଥିତ ଗଣପତିନଗରର ଅବଧୂତ ଥାଟିଙ୍କ ଘରେ ଚଢ଼ାଉ କରି 40 ପିସ୍ ଶାଳକାଠ ଓ 25ଟି ଶାଗୁଆନ କାଠ ଜବତ କରିଥିଲା । ଚଢ଼ାଉରେ ଏସିଏଫ ରାଜେନ୍ଦ୍ର ଗୋଛାୟତ, ପୁରୁଣାକଟକ ରେଞ୍ଜର ନିହାର ମଲ୍ଲିକ ଓ ବନବିଭାଗ କର୍ମଚାରୀ ସାମିଲ ଥିଲେ ।