Saturday, November 14, 2026
Home ଆଞ୍ଚଳିକ ପିଏମ କେୟାର ଫଣ୍ଡରୁ 1 ଲକ୍ଷ ପୋର୍ଟେବଲ ଅକ୍ସିଜେନ କନସେଣ୍ଟେଟର କିଣିବାକୁ ମିଳିଲା ମଞ୍ଜୁରୀ

ପିଏମ କେୟାର ଫଣ୍ଡରୁ 1 ଲକ୍ଷ ପୋର୍ଟେବଲ ଅକ୍ସିଜେନ କନସେଣ୍ଟେଟର କିଣିବାକୁ ମିଳିଲା ମଞ୍ଜୁରୀ

16

୨୯/୦୪/୨୧ (ଜିଲ୍ଲା ଖବର) :  ଦେଶରୁ ଅକ୍ସିଜେନ ସଙ୍କଟ ଦୂର କରିବା ପାଇଁ ମୋଦି ସରକାରଙ୍କ ବଡ ପଦକ୍ଷେପ । ପିଏମ କେୟାର ଫଣ୍ଡରୁ ଏକ ଲକ୍ଷ ପୋର୍ଟେବଲ ଅକ୍ସିଜେନ କନସେଣ୍ଟେଟର କିଣିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ପୋର୍ଟେବଲ ଅକ୍ସିଜେନ କନସେଣ୍ଟେର ଶୀଘ୍ର କିଣି ରାଜ୍ୟ ସରକାର ଗୁଡିକୁ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ପୂର୍ବରୁ ପିଏମ କେୟାର ଫଣ୍ଡରୁ ସ୍ୱୀକୃତ 713 PSA ପ୍ଲାଣ୍ଟ ଛଡା 500 ନୂଆ ଅକ୍ସିଜେନ ପ୍ଲାଣ୍ଟକୁ ମଞ୍ଜୁରୀ ପ୍ରଧାନ କରାଯାଇଛି ।

ଏହି ଅକ୍ସିଜେନ ପ୍ଲାଣ୍ଟ ଜିଲ୍ଲା ମୁଖ୍ୟାଳୟ ଏବଂ ଟିୟର-2 ସହରର ହସ୍ପିଟାଲ ଗୁଡିକରେ ସ୍ଥାପନ କରାଯିବ । ଏହାଦ୍ୱାରା ଟିୟର-2 ସହର ଗୁଡିକରେ ଅକ୍ସିଜେନର ଆବଶ୍ୟକତାକୁ ପୂରଣ କରାଯାଇପାରିବ ।