
ନୂଆଦିଲ୍ଲୀ, ୨୯/୦୪/୨୧ (ଜିଲ୍ଲା ଖବର) : ୧୯୮୭ ମସିହାର ଲୋକପ୍ରିୟ ଟିଭି ଶୋ’ ରାମାୟଣରେ ସୀତା ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ, ଦୀପିକା ଚିଖଲିଆଙ୍କ ଆଜି ଜନ୍ମଦିନ । ୧୯୬୫ ମସିହା ଏପ୍ରିଲ ୨୯ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କର ଖିଛି ଖାସ୍ କଥା ।
ମୁମ୍ବାଇରୁ ଦୀପିକା ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ୧୪ ବର୍ଷ ବୟସରେ ସେ କମର୍ସିଆଲ ବିଜ୍ଞାପନରେ କାମ କରିବା ଆରମ୍ଭ କରିଥିଲେ । ଫିଲ୍ମରେ କାମ କରିବାକୁ ତାଙ୍କ ପିତା ବିଲକୁଲ ପସନ୍ଦ କରୁ ନଥିଲେ । ହେଲେ ତାଙ୍କ ମା’ ତାଙ୍କୁ ଆରମ୍ଭ ରୁ ହିଁ ତାଙ୍କୁ ସହଯୋଗ କରି ଆସୁଥିଲେ ।
ବହୁତ୍ କମ୍ ଲୋକ ଏକଥା ଜାଣନ୍ତି ଯେ, ଦୀପିକା ରାମାୟଣରେ କାମ କରିବା ପୂର୍ବରୁ କିଛି ଫିଲ୍ମରେ ମଧ୍ୟ କାମ କରିଥିଲେ । ଦୀପିକା ଚିଖଲିଆ ୧୯୮୩ରେ ଫିଲ୍ମ’ସୁନ୍ ମେରୀ ଲୈଲା’ ମାଧ୍ୟମରେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଫିଲ୍ମ’ଭଗବାନ୍ ଦାଦା, ‘ଖୁଦାଇ’ ଭଳି ଅନେକ୍ ଫିଲ୍ମରେ କାମ କରିଛନ୍ତି । ହେଲେ ଏବେ ସେ ଦୀର୍ଘ ଦିନ ଧରି ଫିଲ୍ମ ଦୁନିଆଁରୁ ଦୁରେଇ ରହିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।




