Tuesday, November 17, 2026
Home ଆଞ୍ଚଳିକ ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ୭୯ ହଜାର ଅତିକ୍ରମ

ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ୭୯ ହଜାର ଅତିକ୍ରମ

11

୨୯/୦୪/୨୧ (ଜିଲ୍ଲା ଖବର) : ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ୭୯ ହଜାର ଅତିକ୍ରମ କରି ପୁଣି ରେକର୍ଡ ସୃଷ୍ଟି କରିଛି । ଆଜି ୩ ଲକ୍ଷ ୭୯ ହଜାର ୨୫୭ ପଜିଟିଭ୍ ବାହାରିଛନ୍ତି । ଏଥି ସହିତ ଭାରତରେ ମୋଟ ସଂକ୍ରମଣ ମାମଲା ୧ କୋଟି ୮୩ ଲକ୍ଷ ୭୬ ହଜାର ୫୨୪ । ସେହିପରି ୩, ୬୪୫ ଜୀବନ ନେଇଛି ମହାମାରୀ । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪ ହଜାର ୮୩୨ରେ ପହଞ୍ଚିଛି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୬୯ ହଜାର ୫୦୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥ ସଂଖ୍ୟା ୧ କୋଟି ୫୦ ଲକ୍ଷ ୮୬ ହଜାର ୮୭୮ରେ ପହଞ୍ଚିଛି । ଦିନକୁ ଦିନ କୋରୋନା ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏତେ ମାତ୍ରାରେ ସଂକ୍ରମଣ ବଢ଼ୁଛି, ଯାହା କେଉଁଠି ନା କେଉଁଠି ସମସ୍ତଙ୍କୁ ଚିନ୍ତାରେ ପକାଉଛି ।