
ଭୂବନେଶ୍ୱର,୨୯/୦୪/୨୧ (ଜିଲ୍ଲା ଖବର) : ରାଜ୍ୟରେ ବଢୁଛି ଦୈନିକ କରୋନା ମୃତ୍ୟୁ ସଂଖ୍ୟା । ଆଜି ଆଉ 12 ମୁଣ୍ଡ ନେଇଛି ମହାମାରୀ । ସେହିପରି ରାଜ୍ୟରେ ଆଜି 6998 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 919 ପଜିଟିଭ ବାହାରିଛନ୍ତି । ସେହିପରି କଟକ-517, ସୁନ୍ଦରଗଡ- 474, ନୂଆପଡାରୁ 420, ଅନୁଗୋଳ- 325 ଆକ୍ରାନ୍ତ । ବାଲେଶ୍ୱର- 97, ବରଗଡ- 330, ଭଦ୍ରକ- 91, ବଲାଙ୍ଗିର- 236, ଗଜପତି- 121 ଆକ୍ରାନ୍ତ । ଗଞ୍ଜାମ- 128, ଜଗତସିଂହପୁର- 104, ଯାଜପୁର- 226, ଝାରସୁଗୁଡା- 396 ଆକ୍ରାନ୍ତ । କଳାହାଣ୍ଡି- 292, କେନ୍ଦୁଝର- 160 ଆକ୍ରାନ୍ତ । ମୟୂରଭଞ୍ଜ- 308, ନବରଙ୍ଗପୁର- 255, ନୟାଗଡ- 121, ନୂଆପଡା- 420, ପୁରୀ- 288, ରାୟଗଡା- 181, ସମ୍ବଲପୁର- 323, ସୋନପୁର- 131 ଆକ୍ରାନ୍ତ ।


