Home ଆଞ୍ଚଳିକ ଆଜିଠୁ ବଦଳିଲା ଦୋକାନ ବଜାର ଖୋଲିବା ସମୟ

ଆଜିଠୁ ବଦଳିଲା ଦୋକାନ ବଜାର ଖୋଲିବା ସମୟ

27

ସମ୍ବଲପୁର, ୨୯/୦୪/୨୧ (ଜିଲ୍ଲା ଖବର) : ଆଜିଠୁ ସମ୍ବଲପୁରରେ ଦୋକାନ ବଜାର ଖୋଲିବା ସମୟ ବଦଳିଲା । ସକାଳ 7ଟାରୁ ମଧ୍ୟାହ୍ନ 2ଟା ଯାଏଁ ଦୋକାନ ବଜାର ଖୋଲିବ । ଏନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ସିଟିଜନ କନେକ୍ଟ ପ୍ରୋଗାମ ମାଧ୍ୟମରେ ସହରର ଚେମ୍ବର ଅଫ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି ଓ ମାର୍ଚ୍ଚେଣ୍ଡ ଆସୋସିଏସନ ସହ ଆଲୋଚନା କରି ନିଷ୍ପତ୍ତି କରାଯାଇଛି । କୋଭିଡ ସମୟରେ ବିଭିନ୍ନ ଦୋକାନ ସହ ବ୍ୟବସାୟିକ ପ୍ରତିଷ୍ଠାନ ରେ ଭିଡକୁ ନିୟନ୍ତ୍ରଣ କରାଯିବ ଏହି ପଦକ୍ଷେପ ନେଇଛନ୍ତି । ତେବେ ଵୈଠକରେ ଅତିରିକ୍ତ ଜିଲ୍ଲାପାଳ, ମହାନଗର ନିଗମ କମିସନର, ଉପକମିସନରଙ୍କ ସମେତ ବହୁ ବ୍ୟବସାୟୀ ମାନେ ଉପସ୍ଥିତ ରହିଥିଲେ ।