
କଟକ, ୨୯/୦୪/୨୧ (ଜିଲ୍ଲା ଖବର) : କଟକ ଏସସିବି ମେଡ଼ିକାଲରୁ ଗିରଫ ହେଲେ 4 ଜଣ ଦଲାଲ । ଚାରି ଦଲାଲ ମାନଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ । ଏସସିବିକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଭଲ ଓ ଉତ୍ତମ ଚିକିତ୍ସାର ପ୍ରଲୋଭନ ଦେଖାଇ ଘରୋଇ ହସ୍ପିଟାଲକୁ ପଠାଉଥିଲେ ଏହି ଚାରି ଦଲାଲ । ଚାରି ଦଲାଲ ହେଉଛନ୍ତି ଉପେନ୍ଦ୍ର ମଲିକ, ରଞ୍ଜନ ସି, ମନେନ୍ଦ୍ର ନାୟକ ଓ ଭଗବାନ ସାହୁ । ଏମାନେ କାଜୁଆଲଟିରେ ଥିବା ନିରୀହ ଓ ଦୂର ଦୁରନ୍ତରରୁ ଆସୁଥିବା ରୋଗୀଙ୍କୁ ଟାର୍ଗେଟ କରୁଥିଲେ । ମଙ୍ଗଲାବାଗ ପୋଲିସ ପେଟ୍ରୋଲିଂ ସମୟରେ ଖବର ପାଇ ଏମାଙ୍କୁ ଧରିଥିଲା । ଦଲାଲମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ କମିଶନରେଟ ପୋଲିସ କିଛି ଦିନ ପୂର୍ବରୁ କଟକ ଏସସିବି ମେଡ଼ିକାଲକୁ ଦଲାଲ ମୁକ୍ତ କରିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଥିଲା ।



