
ବଲାଙ୍ଗିର,୨୯/୦୪/୨୧ (ଜିଲ୍ଲା ଖବର) : ସ୍କୁଟି-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଚାଲିଗଲା ଦୁଇ ଜୀବନ । ବଲାଙ୍ଗିର ସହର ମଧ୍ୟରେ ଥିବା ଦୁର୍ଗା ମନ୍ଦିର ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ଯୁବକ ସ୍କୁଟିରେ ସମ୍ବଲପୁର ରୋଡ ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ ସ୍କୁଟିରେ ଥିବା ଦୁଇ ଜଣ ଟ୍ରକ ଚକା ତଳେ ଚାପି ହୋଇ ଯାଇଥିଲେ । ମୃତକ ଲାରକି ପାଲିର ଅଭିଷେକ କୁମ୍ଭାର ଓ ସେବକ ନାଗ ବୋଲି ଜଣାପଡିଛି । ଖବର ପାଇ ଟାଉନ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏବଂ ସଂପୃକ୍ତ ଟ୍ରକକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।



