Saturday, November 14, 2026
Home ଆଞ୍ଚଳିକ ରାପିଡ଼ ରେସପନ୍ସ ଟିମ୍ ସଂଖ୍ୟା ବୃଦ୍ଧି କଲା ବିଏମସି

ରାପିଡ଼ ରେସପନ୍ସ ଟିମ୍ ସଂଖ୍ୟା ବୃଦ୍ଧି କଲା ବିଏମସି

7

ଭୁବନେଶ୍ୱର,୨୯/୦୪/୨୧ (ଜିଲ୍ଲା ଖବର) : ରାଜଧାନୀ ଭୁବନେଶ୍ୱରରେ ବଢୁଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ରାପିଡ଼ ରେସପନ୍ସ ଟିମ୍ ସଂଖ୍ୟା ବୃଦ୍ଧି କଲା ବିଏମସି । 67ଟି ୱାର୍ଡ ପାଇଁ 67ଟି RRT ନିୟୋଜିତ । ପୂର୍ବରୁ ଏହି ସଂଖ୍ୟା 39ରେ ସୀମିତ ଥିଲା । ପ୍ରତି ଟିମରେ ଜଣେ ଡାକ୍ତର ଓ ଜଣେ ସ୍ୱାସ୍ଥ୍ୟକର୍ମୀ ସାମିଲ ଅଛନ୍ତି । ଏହି ଟିମ ଗୃହ ସଂଗରୋଧରେ ବା ହୋମ ଆଇସୋଲେସନରେ ଥିବା ସଂକ୍ରମିତଙ୍କ ନିକଟକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱାସ୍ଥ୍ୟଗତ ତଥ୍ୟ ସଂଗ୍ରହ ସହ ପରାମର୍ଶ ଓ ଔଷଧ ବଣ୍ଟନ କରିବେ । ସେହିଭଳି ବିଏମସିର 3ଟି ଜୋନରେ 3ଜଣ ଲେଖାଏଁ ସ୍ୱତନ୍ତ୍ର ମେଡିକାଲ ଅଫିସର ନିଯୁକ୍ତ ହୋଇଛନ୍ତି । ଅନଲାଇନରେ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଏମାନେ ସହାୟକ ହେବେ । ଭୁବନେଶ୍ୱରରେ ଗୋଷ୍ଠି ସଂକ୍ରମଣ ହୋଇଥିବା ଜଣାପଡିବା ପରେ ଏନଫୋର୍ସମେଣ୍ଟକୁ ତ୍ୱରାନ୍ୱିତ କରିବା ସହ ପ୍ରତିକାର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି ।