
ବାଲିଗୁଡା,୨୮/୪{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ର ପୂର୍ବତନ ବିଜେଡି ସାଂସଦ ସୁଗ୍ରୀବ ସିଂ ଙ୍କ ପରଲୋକ ରେ ବିଭିନ୍ନ ମହଲ ରେ ଶୋକ ଛାୟା ଖେଳିଯାଇଛି | ବାଲିଗୁଡା ବ୍ଲକ ବିଜେଡି ତରଫରୁ ସ୍ଥାନୀୟ କାର୍ଯ୍ୟଳୟ ଠାରେ ସାମାଜିକ ଦୂରତ୍ୱ ସହିତ ଦିବଂଗତ ପୂର୍ବତନ କନ୍ଧମାଳ ସାଂସଦ ସୁଗ୍ରୀବ ସିଂ ପରୋଲୋକ ରେ ଶୋକ ସଭା ଅନୁଷ୍ଠିତ ହୋଇଛି |ବାଲିଗୁଡା ବିଜେଡି ବ୍ଲକ ସଭାପତି ଟୁନା ଦାସ ଓ ଲୋକନାଥ ପାଢ଼ୀ ଙ୍କ ନେତୃତ୍ୱ ରେ ଏକ ଶୋକ ସଭା ହୋଇ ସ୍ବର୍ଗତ ସିଂ ଙ୍କ ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା | ପରେ ସ୍ୱର୍ଗତ ସାଂସଦ ଫୋଟୋ ଚିତ୍ର ରେ ପୁଷ୍ପ ପ୍ରଦାନ ବିଜେଡି କର୍ମୀ କରି ଥିଲେ | ସୁଗ୍ରୀବ ସିଂ ଙ୍କ ବିକାଶ କାର୍ଯ୍ୟ କୁ କନ୍ଧମାଳ ଜିଲ୍ଲା ସଦାବେଳେ ମନେ ପକାଇବ ବୋଲି ବିଜେଡି କାର୍ଯ୍ୟକର୍ତ୍ତା ବକ୍ତ୍ବ୍ବବ୍ୟ ରେ ସ୍ମୃତି ଚାରଣ କରିଥିଲେ | ଏଥିରେ ବାଲିଗୁଡା ବିଜେଡି ଯୁବ ସଭାପତି ସୁଜିତ କୁମାର ପାଳ ଯୁବନେତା ଏମଡି ସାବେଜ, ସେକ ସୋନୁ, ରଞ୍ଜନ ନାୟକ,କୁମାର ଦଣ୍ଡିଆ, ପୂର୍ବତନ କାଉନସିଲର ବରଦା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ |


