Monday, November 16, 2026
Home ଆଞ୍ଚଳିକ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

43

ହିଞ୍ଜିଳିକାଟୁ,୨୮/୪(ଜିଲ୍ଲା ଖଵର) : ଭୋରରୁ ହିଞ୍ଜିଳି ଥାନା ସମରଝୋଳ ଗ୍ରାମ ଅଙ୍ଗନଓ୍ବାଡି ୧ ନଂ କେନ୍ଦ୍ର ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକ ଜଣକ କେ. ନୁଆଗାଁ ଥାନା ନୁଆପଡା ଗ୍ରାମ ଖଣ୍ଡୁରା ସାହିର ନରସିଂହ ସାହୁ (୬୪) ବୋଲି ଜଣାପଡିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ ୩/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଯେ, ବୃଦ୍ଧ ଜଣକ ଲୋକନୃତ୍ୟରେ କଳାକାର ଭାବେ ବିଭିନ୍ନ ଗାଁ କୁ ଗାଁ ବୁଲି ଅଭିନୟ କରି ଆସୁଥିଲେ । ସେ ଦୀର୍ଘ ଦିନ ଧରି ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ ରଖିନଥିଲ । ବୁଧବାର ଭୋରରୁ ସମରଝୋଳ ୧ ନଂ ଅଙ୍ଗନଓ୍ବାଡି କେନ୍ଦ୍ର ନିକଟରେ ଜଣେ ବୃଦ୍ଧ ପଡ଼ିଥିବ ଦେଖି ସ୍ଥାନୀୟ ଗ୍ରାମବାସୀ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି ।

ରଜନୀକାନ୍ତ ପାତ୍ର ହିଂଜିଳି କାଟୁ