
ଖୋର୍ଦ୍ଧା,୨୮/୪(ଜିଲ୍ଲା ଖଵର) : ମହାମାରୀ କୋରନା ଦ୍ଵିତୀୟ ଲହରୀ ଭୟଙ୍କର ରୁପ ନେଉଛି। ଏହାକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ରେ ରଖି କୋଭିଡ୍ କେୟାର ସେଣ୍ଟର୍ ପ୍ରସ୍ତୁତି ଶେଷ କରିଛି। ଆସନ୍ତୁ ଦେଖିବା ରିପୋର୍ଟ। ଜିଲ୍ଲା ପ୍ରଶାସନ ଓ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗ ରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ପାତ୍ରପଡା ସ୍ଥିତ କୋଭିଡ କେୟାର ପ୍ରସ୍ତୁତ କରାଯାଇଛି ଏହା ଆଜିଠାରୁ କାର୍ଯ୍ୟ କାରୀ କରାଯାଇଛି। କେୟାର ସେଣ୍ଟର୍ ରେ ୪୦ ଜଣ କର୍ମଚାରୀ ଙ୍କୁ ନିଓଜିତ କରାଯାଇଛି। ଏଠାରେ ୩୦୦ ବେଡ଼ ପ୍ରସ୍ତୁତ ହୋଇଛି। ଅନ୍ୟ ପଟେ ଲୋକଙ୍କ ପିଇବା ପାଣି, ଆଲୋକ, ରନ୍ଧା ଖାଦ୍ୟ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହା ର ତଦାରଖ ଦାୟିତ୍ଵ ଜଟଣୀ ତହସିଲଦାର ଓ ଜଟଣୀ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ଦିଆ ଯାଇଛି। ଯେପରି ଏଠାକୁ ଆସୁଥିବା ଲୋକ କୌଣସି ଅସୁବିଧା ନାହେବସେଥିପାଇଁ ସ୍ଥାନୀୟ ପ୍ରଶାସନ ପୁରା ପ୍ରସ୍ତୁତ ରହିଛି।
ରୀପୋର୍ଟ , ସଞ୍ଜୀବ କୁମାର




