
ବେଗୁନିଆପଡା,୨୮/୪ (ଜିଲ୍ଲା ଖଵର) : କରୋନାର ଦ୍ଵିତୀୟ ଲହରୀକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାସ୍କ ଚେକିଂକୁ କଡାକଡି କରାଯାଇଛି । ଏହି କ୍ରମରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ବେଗୁନିଆପଡ଼ା ପୋଲିସ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ମାସ୍କ ଚେକିଂ କରାଯାଇଛି । ଏପରିକି ବେଗୁନିଆପଡ଼ାର ବିଭିନ୍ନ ସ୍ଥାନରେ ଅମାନିଆଙ୍କ ଠାରୁ ତଣ୍ଡ ଆଦାୟ କରାଯାଉଛି । ପୋଲିସ ପକ୍ଷରୁ ବେଗୁନିଆପଡା ବଜାରରେ ଲୋକଙ୍କୁ ମଧ୍ୟ କରୋନାର ଭୟାବହତା ନେଇ ସଚେତନ କରାଯାଉଛି ।


