
ନୂଆଦିଲ୍ଲୀ : ରାଷ୍ଟ୍ରସେବକ ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ କହିଛନ୍ତି, “ମହାନ ସମାଜସେବୀ ଓ ଦେଶଭକ୍ତ ନାନାଜୀ ଦେଶମୁଖଙ୍କୁ ଆଜି ଜୟନ୍ତୀ ଅବସରରେ ପ୍ରଣାମ ଜଣାଉଛି । ଗ୍ରାମାଞ୍ଚଳ ଓ କୃଷକମାନଙ୍କ ବିକାଶ ପାଇଁ ସେ ଅହରହ ସଂଗ୍ରାମ କରିବା ସହିତ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ । ରାଷ୍ଟ୍ରନିର୍ମାଣରେ ତାଙ୍କ ଯୋଗଦାନ ଚିରସ୍ଥାୟୀ ଏବଂ ସର୍ବଦା ସ୍ମରଣୀୟ ରହିବ ।”



