
ଭୁବନେଶ୍ବର , ୨୮/୦୪/୨୧ (ଜିଲ୍ଲା ଖବର) : ଆଉ ମଞ୍ଚ ଚଢିବେନି ‘ବଦନାମ ଗଳିର ଝିଅ’। ଆଉ ତାଙ୍କୁ ଦେଖି ହୁଇସିଲ ମାରିବନି ଖଚାଖଚ୍ ଭିଡ । ଝଲମଲ ଆଲୁଅରେ ତାଙ୍କ ହସ ଦେଖି ଆଉ କେହି ହସିବେନି କି ତାଙ୍କ କାନ୍ଦୁରା ମୁହଁ ଦେଖି ଆଉ କାହା ଆଖିରୁ ଲୁହ ଝରିବନି। ସେ ଏବେ ଖାଲି ଯାହା ଗୋଟେ ସ୍ମୃତୀ ହୋଇ ରହିଗଲେ ସବୁଦିନ ପାଇଁ । ଯାତ୍ରା ଅଭିନେତ୍ରୀ ତୃପ୍ତି ପଣ୍ଡା । କରୋନା କହର ଭିତରେ ସେ ସବୁଦିନ ପାଇଁ ଚାଲିଗଲେ ଏ ଦୁନିଆ ରଙ୍ଗମଞ୍ଚରୁ । ଏଣିକି ତାଙ୍କ ଅଭିନୟ ଦେଖିବାର ସୁଯୋଗ ମିଳିବନି । ଖୁବ୍ କମ ବୟସରେ ଯାତ୍ରା ଜଗତରେ କ୍ଷାତି ଅର୍ଜନ କରିଥିବା ତୃପ୍ତି ପଣ୍ଡା ବଦନାମ ଗଳିର ଝିଅ ନାଟକର ଟାଇଟଲ୍ ଚରିତ୍ର ଅଭିନୟ କରି ବେଶ୍ ପ୍ରସିଦ୍ଧ ଲାଭ କରିଥିଲେ। ନିଜ ଜିବଦ୍ଦଶା ଭିତରେ ସେ ୫୦ରୁ ଅଧିକ ନାଟକରେ ଅଭିନୟ କରିଛନ୍ତି।ମାତ୍ର ୩୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ତୃପ୍ତି, ସ୍ବାମୀ ସୁଶାନ୍ତ ଓ ୫ ବର୍ଷର କଅଁଳ ଝିଅଟାକୁ ଛାଡି ଚାଲି ଯାଇଛନ୍ତି ।
ତୃପ୍ତିଙ୍କ ବିଷୟରେ କିଛି ଜାଣିବା କଥା
– ତୃପ୍ତି ହେଉଛନ୍ତି ଯାତ୍ରା ଖଳନାୟକ ଦୈତାରୀ ପଣ୍ଡାଙ୍କ ଭାଇବାହୁ
– ଦୈତାରୀଙ୍କ ସାନଭାଇ ତଥା ଅଭିନେତା ସୁଶାନ୍ତ ପଣ୍ଡାଙ୍କୁ ବିବାହ କରିଥିଲେ ତୃପ୍ତି
– ଉଭୟ ସୁଶାନ୍ତ ଓ ତୃପ୍ତି ଦୀର୍ଘ ଦିନ ଧରି କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ
– ତୃପ୍ତିଙ୍କ ଜନ୍ମସ୍ଥାନ ହେଉଛି ବାଲେଶ୍ବର



