Monday, November 16, 2026
Home ଆଞ୍ଚଳିକ ଗୁଦରୀରେ ଥିବା ଏକ ଘର ଭୁଷୁଡି ଗୋଟିଏ ପରିବାରର ୫ ମୃତ

ଗୁଦରୀରେ ଥିବା ଏକ ଘର ଭୁଷୁଡି ଗୋଟିଏ ପରିବାରର ୫ ମୃତ

7

୨୮/୦୪/୨୧ (ଜିଲ୍ଲା ଖବର) : ଉତ୍ତରପ୍ରଦେଶର ମିର୍ଜାପୁରରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଠାରେ ଏକ ଜଟିଳ ଘର ଭୁଶୁଡି ପଡିଛି। ଏହି ଘଟଣା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି । ତେବେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାନୁସାରେ, ସାନ ଗୁଦରୀ ଅଞ୍ଚଳରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏକ ଘର ଭୁଷୁଡି ପଡିଛି। ମୃତକମାନଙ୍କ ମଧ୍ୟରେ ବାପା,ମାଆ ଓ ୩ ପୁଅ ରହିଛନ୍ତି। ଏଯାଏଁ ୫ ଟି ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଖବର ପାଇ ଉଦ୍ଧାରକାରୀ ଦଳ, ପୁଲିସ ଓ ପ୍ରଶାସନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।