Tuesday, November 17, 2026
Home ଆଞ୍ଚଳିକ ଦିନକରେ ଦେଶରେ ପୁଣି 3 ଲକ୍ଷ 60 ହଜାର ପଜିଟିଭ ଚିହ୍ନଟ

ଦିନକରେ ଦେଶରେ ପୁଣି 3 ଲକ୍ଷ 60 ହଜାର ପଜିଟିଭ ଚିହ୍ନଟ

9

୨୮/୦୪/୨୧ (ଜିଲ୍ଲା ଖବର) :  ଗତ 24 ଘଣ୍ଟାରେ ଦେଶରେ  3 ଲକ୍ଷ 60 ହଜାର 960 କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି  । ସେହିପରି 3293 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2,61,162 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି  । ସେପଟେ ଆଜିଠୁ ଦେଶରେ ତୃତୀୟ ପର୍ଯ୍ୟାୟ ଭ୍ୟାକ୍ସିନେସନ ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି  । ଦେଶରେ ମୋଟ ମାମଲା 1,79,97,267 ରହିଥିବାବେଳେ ଏବେ ସୁଦ୍ଧା ସୁସ୍ଥ ହୋଇଛନ୍ତି 1,48,17,371  । ଏବେ ସୁଦ୍ଧା 2,01,187 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 29,78,709 ଆକ୍ଟିଭ ମାମଲା ରହିଛି  । ଅନ୍ୟପଟେ ଆଜି ଅପରାହ୍ନ ୪ଟାରେ cowin.gov.in, ଆରୋଗ୍ୟ ସେତୁ ଆପ୍ ଏବଂ ଉମଙ୍ଗ ଆପ୍ ରେ ୧୮ ବର୍ଷରୁ 44 ବର୍ଷୀୟ ପଞ୍ଜୀକରଣ କରିପାରିବେ । ଟିକା ପାଇବା ପାଇଁ ଦିଆଯିବାକୁ ଥିବା ଟିକାକରଣ ପ୍ରକ୍ରିୟା ଏବଂ ଡକ୍ୟୁମେଣ୍ଟଗୁଡ଼ିକ ସମାନ ରହିବ।