
କଟକ,୨୮/୦୪/୨୧ (ଜିଲ୍ଲା ଖବର) : କଟକ ନିଆଳିରେ ପୁଣି ମେଣ୍ଡା ମୃତ୍ୟୁ ଅଭିଯୋଗ। ଗୋଟିଏ ମାସ ମଧ୍ୟରେ ଚତୁର୍ଥ ଥର ପାଇଁ ମେଣ୍ଡା ମୃତ୍ୟୁ ହୋଇଛି । ଗୋଟିଏ ମାସ ମଧ୍ୟରେ ଗଲାଣି 22 ମେଣ୍ଢାଙ୍କ ଜୀବନ । ତେବେ ଗତକାଲି ବିଳମ୍ୱିତ ରାତିରେ ନିଆଳି ବ୍ଳକର ବାଘମାର ଗାଁର ଶରତ ଚନ୍ଦ୍ର କାଠୁଆଙ୍କ ଗୁହାଳେ ମରି ପଡିଛନ୍ତି 6 ମେଣ୍ଢା । ଗୁହାଳେ 6 ମେଣ୍ଡା ମରିପଡି ଥିବାବେଳେ 3 ମେଣ୍ଡା ଆହତ ହୋଇଛନ୍ତି। ମେଣ୍ଡା ମାନଙ୍କ ବେକ ଓ ପେଟରେ ଗଭୀର ଆଘାତ ଲାଗିଛି। ତେବେ ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଟିମ ପହଞ୍ଚିଛି । ତେବେ ଅଜଣା ଜନ୍ତୁ ଧରିବାରେ ବନ ବିଭାଗ ଫେଲ ମାରିଥିବା ବେଳେ ମେଣ୍ଡା ଚାଷୀଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି ।



