Thursday, November 12, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! ସର୍‌ମନ୍ ଯୋଶୀ

ଜନ୍ମଦିନର ଶୁଭେଚ୍ଛା ! ସର୍‌ମନ୍ ଯୋଶୀ

43

ନୂଆଦିଲ୍ଲୀ, ୨୮/୦୪/୨୧ (ଜିଲ୍ଲା ଖବର) : ଅଭିନେତା ସର୍‌ମନ୍ ଯୋଶୀଙ୍କ ଆଜି ଜନ୍ମଦିନ । ସେ ଆଜି ତାଙ୍କର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୭୯ ମସିହା ଏପ୍ରିଲ ୨୮ରେ, ସେ ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ । ଫିଲ୍ମ ‘୩ ଇଡିୟଟସ୍‌’ ,’ଫରାରୀ କି ସୱାରୀ’ ସମେତ ଆହୁରି ଅନେକ ହିଟ ଫିଲ୍ମରେ ସେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ସେ ତାଙ୍କର ଦମ୍‌ଦାର୍ ଅଭିନୟ ମାଧ୍ୟମରେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଘରେ ତାଙ୍କର  ସବୁବେଳେ ଅଭିନୟର ମାହୋଲ ରହିଥିଲା ।  ଦୀର୍ଘ ଦିନ ଧରି ସେ ଥିଏଟର ପାଇଁ ଅଭିନୟ କରିଥିଲେ ।  ୧୯୯୯ରେ ଫିଲ୍ମ’’ଗଡ୍‌ମଦର୍‌’ ମାଧ୍ୟମରେ ସେ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ।

ଫିଲ୍ମ ‘ସାଦି ନମ୍ବର ୧’ , ‘ଏକ୍ସକ୍ୟୁଜ୍‌ମି’,  ଭଳି ଅନେକ୍ ହିଟ ଫିଲ୍ମରେ ନଜର ଆସିଛନ୍ତି ସେ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଜନ୍ମଦିନର ଅନେକ୍ ଅନେକ୍ ଶୁଭକାମନା ।