
୨୮/୦୪/୨୧ (ଜିଲ୍ଲା ଖବର) : ଓଡିଆ ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ । 1848 ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ମଧୂବାବୁ । ସେ ଏକାଧାରାରେ ଥିଲେ ଓଡ଼ିଶାର ପ୍ରଥମ ବି.ଏ., ପ୍ରଥମ ଏମ.ଏ, ପ୍ରଥମ ବି.ଏଲ, ପ୍ରଥମ ଓଡ଼ିଆ ଓକିଲ । ରାଜ୍ୟ ତଥା ସ୍ବତନ୍ତ୍ର ପ୍ରଦେଶ ଗଠନର ପ୍ରଥମ ସ୍ବପ୍ନଦର୍ଶୀ ମଧ୍ୟ ଥିଲେ ସେ। ଓଡିଶାର ଶିଳ୍ପ, ରାଜନୀତି ଓ ଶିକ୍ଷା କ୍ଷେତ୍ରରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସ୍ୱତନ୍ତ୍ର ଉତ୍କଳ ଗଠନ କରିବା ଲକ୍ଷରେ 1903 ମସିହାରେ ସେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ । କେବଳ ଯେ ଓଡିଶାରେ ତାହା ନୁହେଁ ସମଗ୍ର ଭାରତ ବର୍ଷରେ ତାଙ୍କର କ୍ଷାତି ଥିଲା । ଆଉ ମଧୁବାବୁ ସବୁବେଳେ ଗୋଟିଏ କଥା କହୁଥିଲେ ଯେ, ପ୍ରତ୍ୟେକ ଓଡିଆ ଯେଉଁଠି ବି ଥଆନ୍ତୁ ନା କାହିଁକି ପ୍ରତିଦିନ ଦେଶ ପାଇଁ ଗୋଟିଏ ମିନିଟ୍ ଚିନ୍ତା କରିବା ଆବଶ୍ୟକ । ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ପାଇଛି ଓଡ଼ିଶା । ଏହା ପଛରେ ଯାହାଙ୍କର ବଳିଷ୍ଠ ଉଦ୍ୟମ ଥିଲା ସେ ହେଉଛନ୍ତି ଓଡ଼ିଆ ଅସ୍ମିତା ଓ ସ୍ବାଭିମାନର ପ୍ରତୀକ ମଧୁବାବୁ । ସେ କଟକର ବହୁଗ୍ରାମ ନିକଟ ସତ୍ୟଭାମାପୁରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ଜମିଦାର ଚୌଧୁରୀ ରଘୁନାଥ ଦାସ-ଓ ମାତା ପାର୍ବତୀ ଦେବୀ । ସେ ରେଭେନ୍ସା କଲେଜିଏଟରୁ ମାଟ୍ରିକ, ରେଭେନ୍ସା କଲେଜରୁ ବିଏ ପାସ୍ କରିବା ପରେ କୋଲକାତା ବିଶ୍ୱବିଦ୍ୟାଳଯରୁ ସ୍ନାତକୋତ୍ତର ଓ ଆଇନ ଶିକ୍ଷା ପାସ୍ କରି କୋଲକାତାରେ ଓକିଲାତି ଆରମ୍ଭ କରିଥିଲେ ।


