Tuesday, November 17, 2026
Home ଆଞ୍ଚଳିକ କରୋନା ନେଗେଟିଭ୍‌ ରିପୋର୍ଟ ନଥିବାରୁ ଚିକିତ୍ସା କଲେନି ଡାକ୍ତର, ଚିକିତ୍ସା ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ

କରୋନା ନେଗେଟିଭ୍‌ ରିପୋର୍ଟ ନଥିବାରୁ ଚିକିତ୍ସା କଲେନି ଡାକ୍ତର, ଚିକିତ୍ସା ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ

14

ଗଞ୍ଜାମ, ୨୮/୦୪/୨୧ (ଜିଲ୍ଲା ଖବର) :  କୋଭିଡ ନେଗେଟିଭ କହିଲା ପରେ ବି ଚିକିତ୍ସା କଲେନି ଡାକ୍ତର । ଚିକିତ୍ସା ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ। ଏପରି ସାଙ୍ଘାତିକ ଅଭିଯୋଗ ହୋଇଛି ହିଂଜିଳିରେ । ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶେରଗଡ଼ ବ୍ଲକ କାଚଖଣ୍ଡି ଗ୍ରାମର ସୁନୀତା ସେଠୀଙ୍କ ଶରୀର ହଠାତ ଅସୁସ୍ଥ ହେବାରୁ ପରିବାର ଲୋକେ  ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁସ୍ଥିତ କୋଭିଡ କେୟାର ସେଣ୍ଟର ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ମୌଖିକ ଭାବେ କହିଲା ପରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ରୋଗୀକୁ ଚିକିତ୍ସା କରି ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । କେତେ କାକୁତିମିନତି ହେଲା ପରେ ମଧ୍ୟ ଡାକ୍ତର ଦେଖିଲେ ନାହିଁ । କେବଳ କୋଭିଡ ରିପୋର୍ଟ ଆଣିବାକୁ ବାଧ୍ୟ କରିଥିଲେ । କିନ୍ତୁ କୋଭିଡ କେୟାରରେ ରିପୋର୍ଟ ଦେଇନଥିଲେ , କେବଳ ରିପୋର୍ଟ ନେଗେଟିଭ ବୋଲି କହିଦେଇଥିଲେ । ତେଣୁ ରିପୋର୍ଟ ଦେଖାଇବା ସମ୍ଭବ ହୋଇନଥିଲା । ତେଣୁ ଉପଖଣ୍ଡ ଚିକିତ୍ସାଳୟରେ କେବଳ ଅକ୍ସିଜେନ ଟିକେ ଦେଇ ଚୁପ ରହିଯାଇଥିଲେ । ଅନ୍ୟପଟେ ଡାକ୍ତର କହିଛନ୍ତି ଯେ, ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି । ସେ ଗୁରୁତର ଥିଲେ । ତେଣୁ ତାଙ୍କ ମୃତ୍ୟୁ ଘଟିଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି  ।