Sunday, November 15, 2026
Home ଆଞ୍ଚଳିକ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିଠୁ ଅନଲାଇନ ପଞ୍ଜିକରଣ ଆରମ୍ଭ

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିଠୁ ଅନଲାଇନ ପଞ୍ଜିକରଣ ଆରମ୍ଭ

6

ଭୁବନେଶ୍ୱର,୨୮/୦୪/୨୧ (ଜିଲ୍ଲା ଖବର) :   ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜି ଠାରୁ ଆରମ୍ଭ ହେବ ଅନଲାଇନ ପଞ୍ଜିକରଣ । ଏହି ପର୍ଯ୍ୟାୟରେ ଓଡ଼ିଶାରେ ପ୍ରାୟ ୨ କୋଟି ଯୁବବର୍ଗଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ ଥିବାବେଳେ ଦେଶରେ ଏହି ବର୍ଗରେ ଅଛନ୍ତି ପ୍ରାୟ ୬୫ କୋଟି ଲୋକ । କୋୱିନ ପୋର୍ଟାଲକୁ ଯାଇ ଆଜିଠୁ ସମସ୍ତେ ପଞ୍ଜୀକରଣ କରିପାରିବେ ।  ମେ’ ପହିଲାରୁ ଆରମ୍ଭ ହେଉଥିବା ଟିକାକରଣରେ ୧୮ରୁ ୪୪ ବର୍ଷ ମଧ୍ୟରେ ଯୁବବର୍ଗଙ୍କୁ ସାମିଲ କରାଯାଇଛି । ତେଣୁ ପୂର୍ବ ଦୁଇ ପର୍ଯ୍ୟାୟ ଅପେକ୍ଷା ଏହି ପର୍ଯ୍ୟାୟରେ ବହୁ ଅଧିକ ଲୋକଙ୍କ ଟିକାକରଣ ହେବ । ଆଉ ଠିକ ଏତିକି ବେଳେ ଟିକାକରଣରେ ବିଳମ୍ବ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।