Monday, November 16, 2026
Home ଆଞ୍ଚଳିକ ରେକର୍ଡ ଭାଙ୍ଗିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ 8386 ପଜିଟିଭ ଚିହ୍ନଟ

ରେକର୍ଡ ଭାଙ୍ଗିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ 8386 ପଜିଟିଭ ଚିହ୍ନଟ

15

୨୮/୦୪/୨୧ (ଜିଲ୍ଲା ଖବର) :  ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୬ ଦିନ ଧରି ରାଜ୍ୟରେ 6 ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଗତ 24 ଘଣ୍ଟାରେ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗିଛି । ଗତ 24 ଘଣ୍ଟାରେ ରାଜ୍ୟରୁ 8 ହଜାର 386 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1840 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ 933 ଓ କଟକରୁ 496 ପଜିଟିଭ ଚିହ୍ନଟ ହୋଇଛନ୍ତି  । ଅନୁଗୁଳରୁ 347, ବାଲେଶ୍ୱରରୁ 202, ବରଗଡ଼ର 257 ଜଣ, ଭଦ୍ରକରୁ 67 ଜଣ, ବଲାଙ୍ଗିରରୁ 358 ଜଣ, ବୌଦ୍ଧରୁ 83 ଜଣ, କଟକରୁ 496 ଜଣ, ଦେବଗଡ଼ରୁ 61 ଜଣ, ଢେଙ୍କାନାଳରୁ 21 ଜଣ, ଗଜପତିରୁ 96 ଜଣ, ଗଞ୍ଜାମରୁ 209 ଜଣ, ଜଗତସିଂହପୁରରୁ 129, ଯାଜପୁରରୁ 270 ଜଣ, ଝାରସୁଗୁଡ଼ାରୁ 433 ଜଣ କଳାହାଣ୍ଡିରୁ 126 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  ।