Monday, November 16, 2026
Home ଆଞ୍ଚଳିକ ପଦ୍ମବିଭୂଷଣ ମନୋଜ ଦାସଙ୍କ ବିୟୋଗରେ ଟ୍ୱିଟ କରି ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପଦ୍ମବିଭୂଷଣ ମନୋଜ ଦାସଙ୍କ ବିୟୋଗରେ ଟ୍ୱିଟ କରି ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

10

୨୮/୦୪/୨୧ (ଜିଲ୍ଲା ଖବର) : ପଦ୍ମବିଭୂଷଣ ମନୋଜ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏନେଇ ମୋଦି ଟ୍ୱିଟ କରି କହିଛନ୍ତି ଯେ, ଶ୍ରୀ ମନୋଜ ଦାସ ଜଣେ ବିଶିଷ୍ଟ ଶିକ୍ଷାବିତ୍, ଲୋକପ୍ରିୟ ସ୍ତମ୍ଭକାର ତଥା ପ୍ରବୀଣ ଲେଖକ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ  । ଉଭୟ ଇଂରାଜୀ ଓ ଓଡିଆ ସାହିତ୍ୟ ପ୍ରତି ତାଙ୍କର ବଳିଷ୍ଠ ଅବଦାନ ରହିଛି  ।

https://platform.twitter.com/embed/Tweet.html?dnt=false&embedId=twitter-widget-1&features=eyJ0ZndfZXhwZXJpbWVudHNfY29va2llX2V4cGlyYXRpb24iOnsiYnVja2V0IjoxMjA5NjAwLCJ2ZXJzaW9uIjpudWxsfSwidGZ3X2hvcml6b25fdHdlZXRfZW1iZWRfOTU1NSI6eyJidWNrZXQiOiJodGUiLCJ2ZXJzaW9uIjpudWxsfX0%3D&frame=false&hideCard=false&hideThread=false&id=1387238947013545986&lang=en&origin=https%3A%2F%2Fargusnews.in%2Farticle%2Fodisha%2Fdecision-of-the-seller-association-the-shops-are-closed-from-2-a-m-to-5-p-m-&sessionId=d1b75fbd3d6f578508194f9e34ff34e23dffb0a7&theme=light&widgetsVersion=b5cd9ac%3A1619504549508&width=550px

ଏହାସହ ମୋଦି କହିଛନ୍ତି ଯେ, ସେ ଶ୍ରୀ ଅରୋବିନ୍ଦଙ୍କ ଦର୍ଶନର ଏକ ଅଗ୍ରଣୀ ପ୍ରଦର୍ଶନକାରୀ ଥିଲେ  । ତାଙ୍କ ବିୟୋଗରେ ଶୋକସନ୍ତପ ପରିବାରକୁ ସମବେଦନା ଜଣାଉଛି  । ଓମ୍‌ ଶାନ୍ତି  ।

ସୂଚନାଯୋଗ୍ୟ, ଗତକାଲି ପୁଡୁଚେରୀର ଶ୍ରୀ ଅରବିନ୍ଦ ଆଶ୍ରମରେ ବିଶିଷ୍ଠ ଲେଖକ ମନୋଜ ଦାସଙ୍କ ଦେହାନ୍ତ ହୋଇଥିଲା  । ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳାଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ଅନ୍ତିମ ସଂସ୍କାରରେ ସଂସ୍କୃତି ମନ୍ତ୍ରୀ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି  । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରିବାକୁ ପୁଡୁଚେରୀ ସରକାରଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର  । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପୁଡୁଚେରୀ ଉପରାଜ୍ୟପାଳଙ୍କ ସହ କଥା ହୋଇ ସ୍ୱର୍ଗତ ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରିବା ପାଇଁ ଅନୁରୋଧ କରିଛନ୍ତି  ।