
୨୮/୦୪/୨୧ (ଜିଲ୍ଲା ଖବର) : ଆଜି ବି 10 ମୁଣ୍ଡ ନେଲା କୋରୋନା । ପୁରୀରୁ 3, ରାୟଗଡାରୁ 3, ବୌଦ୍ଧ, ଗଞ୍ଜାମ, ଖୋର୍ଦ୍ଧା, ସୁନ୍ଦରଗଡରୁ ଜଣେ ଲେଖାଏଁ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 2017ରେ ପହଞ୍ଚିଛି । ଗତ 7 ଦିନ ମଧ୍ୟରେ 59 ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଆଜି ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା ସମସ୍ତ ରେକର୍ଡ ଭାଙ୍ଗିଛି । 24 ଘଣ୍ଟାରେ ରାଜ୍ୟରୁ 8 ହଜାର 386 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1840 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।


